fbpx

କ୍ୟାବିନେଟ ବୈଠକରେ ‘ନୂଆ’ ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ: ୧୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଆଜିର ରାଜ୍ୟ କ୍ୟାବିନଟ ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ୧୯ଟି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର । ନୂଆ ଯୋଜନା ଭାବରେ ନୂତନ ଉନ୍ନତ ଅଭିଳାଷ ବା ‘ନୂଆ’ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ। ସେହିପରି ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁର ମିଳିଛି। ଏହାସହିତ ମିଲେଟ ମିଶନକୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ରାଜ୍ୟ କ୍ୟାବିନେଟରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପଞ୍ଚାୟତକୁ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ କରିବା ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟର ମୋଟ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବ୍ୟାଙ୍କିଂ ସେବା ନଥିବା ସମସ୍ତ ପଞ୍ଚାୟତକୁ ସୁବିଧା ଦେବା ପାଇଁ ପ୍ରସ୍ତାବକୁ ପାସ୍ କରାଯାଇଛି । ଏହାବ୍ୟତୀତ ଅସ୍ତରଙ୍ଗ, ଗୋପ ଏବଂ କାକଟପୁର ସମେତ ପୁରୀ ସଦର, ଡେଲାଙ୍ଗ ଓ ସତ୍ୟବାଦୀରେ ପାନୀୟ ଜଳ ପ୍ରକଳ୍ପ କରାଯିବ । ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ସେହିପରି ନାଇଜର ପରିସରରେ ଏକ କ୍ୟାନ୍ସର ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟ କ୍ୟାବିନେଟରେ ବିଲ୍ ପାସ୍ ହୋଇଛି । ଏହି କ୍ୟାନସର ହସ୍ପିଟାଲ ଟାଟା ମେମୋରିଆଲ ତରଫରୁ ପ୍ରତିଷ୍ଠା କରାଯିବ। ତେବେ ଏଥିପାଇଁ ୪୮.୮୪୨ ଏକର ଜମି ପ୍ରଦାନ କରିବେ ରାଜ୍ୟ ସରକାର । ଏ ନେଇ କ୍ୟାବିନେଟରେ ମଞ୍ଜୁର ମିଳିଛି।

Get real time updates directly on you device, subscribe now.