fbpx

ବିଧାନସଭାରେ ଗୋ ସୁରକ୍ଷା ପାଇଁ ସରକାରଙ୍କ ତତ୍ପରତା, ନିର୍ମାଣ ହେବ ୨୦୦ ଗୋଶାଳା

ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଗୋ ମାତାଙ୍କୁ ପୂଜାର୍ଚ୍ଚନା କରାଯାଏ । ଗୋ ମାତାଙ୍କ ଶରୀରରେ ୩୩ କୋଟି ଦେବା ଦେବୀ ବାସ କରନ୍ତିି ବୋଲି ଲୋକଙ୍କ ବିଶ୍ୱାସ । ତେଣୁ ଗୋ ମାତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ତତ୍ପରତା ଦେଖାଇଛନ୍ତି । ରାଜ୍ୟରେ ୨୦୦ ଗୋଶାଳା ନିର୍ମାଣ କରିବେ ସରକାର । ଏନେଇ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୃହରେ ଘୋଷଣା କରିଛନ୍ତି । ଏହା ସହ ସେ ଗୋଶାଳା ନିର୍ମାଣ କରିବାକୁ ସମସ୍ତ ବିଧାୟକଙ୍କୁ ଅପିଲ କରିଛନ୍ତି । ଗୋଶାଳା ନିର୍ମାଣ କଲେ ୯୦ ପ୍ରତିଶତ ସବସିଡି ଦିଆଯିବ । ଏହା ସହ ସରକାରଙ୍କ ତରଫରୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.