୯ ମାସରେ ରାଜ୍ୟ ସରକାରଙ୍କ ଋଣ ଭାର ୨୧ ହଜାର କୋଟି ଟଙ୍କାରୁ ଅଧିକ

ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି।

ଭୁବନେଶ୍ୱର: ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି। ଏକଥା ଆମେ କହୁନାହୁଁ, ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।

ତେବେ ମୋହନ ସରକାର କ୍ଷମତାକୁ ଆସିବାର ୯ ମାସ ହୋଇଛି। ଜୁନ୍ ୨୦୨୪ ମାସିହାରେ ରାଜ୍ୟରେ ବଡ଼ ପରିବର୍ତ୍ତନ ହୋଇଥିଲା। ଏବଂ ୨୪ ବର୍ଷର ସରକାରକୁ ହଟାଇ ବିଜେପି ଶାସନ ରାଜ୍ୟର ଶାସନ ଡୋର ନିଜ ହାତକୁ ନେଇଥିଲା।

ଆଉ ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟ ସରକାରର ଶାସନକୁ ୯ ମାସ ପୁରିଛି। ଏଇ ୯ ମାସ ଭିତରେ ରାଜ୍ୟ ସରକାର ଓଡିଶାବାସୀଙ୍କ ପାଇଁ କିପ୍ରକାର କାମ ସବୁ କରିଛନ୍ତି, ସେ କଥା ତ ଅଳ୍ପ ଅଧିକେ ଆପଣମାନେ ଜାଣିଥିବେ।

ଆଉ ବିଶେଷ କିଛି କହିବାର ଆବଶ୍ୟକତା ନାହିଁ। ହେଲେ ଏହି ୯ ମାସର ସରକାର ଏହାରି ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିସାରିଲେଣି। ଏକଥା ଆମେ ନିଜ ମନରୁ କହୁନାହୁଁ। ଏନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି।

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଥିବା ନେଇ ମଧ୍ୟ ସେ ପ୍ରକାଶ କରିଛନ୍ତି।