ଭାରତରେ HMPV ଭାଇରସ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପ୍ରାକ୍‌ ପ୍ରସ୍ତୁତି

ଗୁଜରାଟ-ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ । "କୋଭିଡ୍‌ ଆମକୁ ବହୁତ କିଛି ଶିଖାଇଛି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ।"

ଭୁବନେଶ୍ୱର: ଗୁଜରାଟ ଓ ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ । କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର ।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଆସିଲେ ଯାଇ କୌଣସି ପଦକ୍ଷେପ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦେଶରେ HMPV ଚିହ୍ନଟକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, “ଚୀନ୍‌ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି ।

ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଆସିଲେ ପଦକ୍ଷେପ ନେବୁ।

କୋଭିଡ୍‌ ଆମକୁ ବହୁତ କିଛି ଶିଖାଇଛି । ଆଗ ଅପେକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି । HMPV ଚିହ୍ନଟ ଲାଗି AIIMS, ICMR- RMRCରେ ବ୍ୟବସ୍ଥା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।