ଭୁବନେଶ୍ୱର ଭିତରେ ତିଆରି ହେବ ନୂଆ ସହର… ବଦଳିବ ସହରର ଢାଞ୍ଚା, ମିଳିବ ନିଯୁକ୍ତି
ବଦଳିବ ରାଜଧାନୀ ରୂପ । ଅଧିକ ସମୃଦ୍ଧ ହେବ ସ୍ମାର୍ଟ ସିଟି ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାହାରେ ରିଙ୍ଗ ରୋଡ୍ ଏବଂ ଭିତରେ ସମୃଦ୍ଧ ସହରର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏ ନେଇ ବଜେଟରେ ୪୦୮ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟୟବରାଦ ରଖିଛନ୍ତି ସରକାର ।
ମିଳିବ ନିଯୁକ୍ତି: ଆଇଟି ସହ ବିଭିନ୍ନ ସେକ୍ଟର ପାଇଁ ଭିନ୍ନ ଭିନ୍ନ ଭିତ୍ତିଭୂମି ସୁଦୃଢ଼ କରାଯିବ । ପ୍ରାରମ୍ଭିକ ଭାବେ ୩୨୨ ହେକ୍ଟର ଜମିକୁ ବିକଶିତ କରାଯିବ । ଏହାଦ୍ୱାରା ଅଧିକରୁ ଅଧିକ ନିବେଶ ରାଜ୍ୟକୁ ଆସିବା ସହ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ।
ଭୁବନେଶ୍ୱରକୁ ହାଇଦ୍ରାବାଦ ଭଳିଆ ସହର କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସମୃଦ୍ଧ ସହର ଯୋଜନାରେ ରାଜ୍ୟର ଅନ୍ୟ ସହରଗୁଡ଼ିକର ବିକାଶ ମଧ୍ୟ କରାଯିବ ।
ଯୋଡ଼ିହେବ ସହର: ଭୁବନେଶ୍ୱର-କଟକ-ପୁରୀ,ସମ୍ବଲପୁର-ଝାରସୁଗୁଡ଼ା-ବରଗଡ଼, ଜୟପୁର-ସୁନାବେଡ଼ା-କୋରାପୁଟ, ଛତ୍ରପୁର-ବ୍ରହ୍ମପୁର-ଗୋପାଳପୁର , କେନ୍ଦୁଝର-ବଡ଼ବିଲ-ଯୋଡ଼ା ଭଳି ତିନିଟି ଲେଖାଏ ସହରକୁ ଯୋଡ଼ି ଅର୍ଥନୈତିକ କରିଡର ଭାବେ ବିକାଶ କରାଯିବାରକୁ ଯୋଜନା ରଖିଛନ୍ତି ସରକାର ।