ନବ ଦାସଙ୍କ ହତ୍ୟାକାରୀକୁ ଧରିବେ ସରକାର, ତଦନ୍ତକାରୀ ସଂସ୍ଥାକୁ ସହଯୋଗ ପାଇଁ ପରାମର୍ଶ

ଭୁବନେଶ୍ୱର: ନବ ଦାସଙ୍କ ପରିବାରକୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା; ପ୍ରକୃତ ଦୋଷୀକୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ ।

ଏ ନେଇ ନବ ଦାସଙ୍କ ପରିବାରକୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଭଳି ଭାବେ ଘଟଣା ଘଟିଲା ତାହା ଦୁଃଖଦାୟକ ଓ ନିନ୍ଦନୀୟ ।

ସରକାର ସବୁଦିଗକୁ ପୁଣିଥରେ ତନ୍ନତନ୍ନ ପରୀକ୍ଷା କରିବେ । ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ସରକାର ।

ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏତିସହ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଲେ ମୋହନ ।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ନବଙ୍କ ପରିବାରକୁ ଭେଟିଥିଳେ ମୋହନ ମାଝୀ ।