fbpx

ଉଷୁନା ଚାଉଳ ପ୍ରସଙ୍ଗ: କେନ୍ଦ୍ରକୁ ରାଜ୍ୟର ଚିଠି

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ୨ଟି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରଣେନ୍ଦ୍ର। ଧାନ କିଣା ସବ୍‌ସିଡି ବାବଦକୁ ୬୦୩୯ କୋଟି ଦାବି କରିବା ସହ MSP ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରାଯାଇଥିବା ସୂଚାଇଛନ୍ତି ରଣେନ୍ଦ୍ର । ଚିଠିରେ ଉଲ୍ଲେଖ ଅଛି ଯେ, ‘କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ସମାଧାନର ବାଟ କାଢନ୍ତୁ । ବଳକା ଚାଉଳ ନେବ ନାହିଁ ବୋଲି FCI ସ୍ପଷ୍ଟ କରିଛି । ଓଡିଶାରୁ ଅଧିକ ଉଷୁନା ଚାଉଳ ଉତ୍ପାଦନ ହେଉଛି । FCIର ଉଷୁନା ଚାଉଳ ନିୟମ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେବ ।’ ବଳକା ୩୦ ଲକ୍ଷ ମେଟ୍ରିକ୍‌ ଟନ୍ ଉଷୁନା ଚାଉଳ କିଣିବାକୁ ଅନୁରୋଧ କରିବା ସହ ସମାଧାନର ବାଟ କାଢ଼ିବାକୁ ଚିଠିରେ ଲେଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Get real time updates directly on you device, subscribe now.