କେନ୍ଦୁଝରରେ ଖୁବ ଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ, କହିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝରରେ ଖୁବ ଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ; କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାବେଳେ ସେ ଏହି କଥା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନା ଦୁଇ ଷ୍ଟେପ ଆଗକୁ ବଢିଛି, କମ୍ପାନୀ ମଧ୍ୟ ଟଙ୍କା ଜମା କରିସାରିଛି। ଖୁବ ଶୀଘ୍ର ଜମି ଅଧିଗ୍ରହଣ କରି କାମ ଆରମ୍ଭ କରାଯିବ ।

ତେବେ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଖୁବ୍‌ ଶୀଘ୍ର ମେଗା ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କେନ୍ଦୁଝରବାସୀଙ୍କୁ କହିଛନ୍ତି। ଏଥିପାଇଁ ଖୁବ ଶୀଘ୍ର କାମ ଆରମ୍ଭ ହୋଇଯିବ।