ଷ୍ଟିଭ ସ୍ମିଥଙ୍କ ବଡ଼ ଘୋଷଣା, ଭାରତ ବିପକ୍ଷରେ ହାରିବା ପରେ ODI କ୍ରିକେଟରୁ ନେଲେ ବିଦାୟ
ଭାରତଠାରୁ ହାରିବା ପରେ ଷ୍ଟିଭ୍ ସ୍ମିଥ ନେଲେ ସନ୍ନ୍ୟାସ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତୀୟ ଟିମ ବିପକ୍ଷରେ ହାରିବାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ହାରିବା ପରେ ଅଷ୍ଟ୍ରେଲିଆ ଟିମର କ୍ୟାପ୍ଟେନ ଷ୍ଟିଭ ସ୍ମିଥ ଦିନିକିଆରୁ ସନ୍ନ୍ୟାସ ନେବା ଲାଗି କରିଛନ୍ତି ଘୋଷଣା।
ଦୁବାଇରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଛି। ଏହି ହାରିବା ସହ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବାର ସ୍ୱପ୍ନ ଚକମାଚୁର ହୋଇଯାଇଛି ଏବଂ ଷ୍ଟିଭ୍ ସ୍ମିଥଙ୍କ ୱାନଡେ କ୍ୟାରିୟର ମଧ୍ୟ ଶେଷ ହୋଇଯାଇଛି।
ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଷ୍ଟିଭ୍ ସ୍ମିଥ ଟେଷ୍ଟ ଏବଂ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ଖେଳିବେ। ସ୍ମିଥ ୨୦୧୦ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷ ଲେଗ-ସ୍ପିନିଂ ଅଲରାଉଣ୍ଡର ବାବେ ଡେବ୍ୟୁ କରିଥିଲେ।
ଏହାପରେ ବ୍ୟାଟ୍ସିଂରେ କମାଲ କରି ସେ ଦୁନିଆର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ହୋଇଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ୧୭୦ଟି ଦିନିକିଆ ମ୍ୟାଚ ଏବଂ ୪୩.୨୮ରେ ୫୮୦୦ ରନ କରିଛନ୍ତି। ଏଥିରେ ତାଙ୍କର ୧୨ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ସାମିଲ ରହିଛି। ଏହା ବ୍ୟତୀତ ସେ ୩୪.୬୭ରେ ୨୮ଟି ୱିକେଟ ନିଜ ନାମରେ କରିଛନ୍ତି।
The two-time @cricketworldcup winner has announced his immediate retirement from ODI cricket 😲https://t.co/2E0MNR57tm
— ICC (@ICC) March 5, 2025