ସନ୍ତାନ ପାଇଁ ଚିନ୍ତିତ କି? ଥରେ ଆସନ୍ତୁ ଏହି ମନ୍ଦିର, ଦୂର ହେବ ବନ୍ଧ୍ୟା ଦୋଷ
ଚମତ୍କାରୀ ମନ୍ଦିର, ଏଠାକୁ ଆସିଲେ ଦୂର ହୁଏ ବନ୍ଧ୍ୟା ଦୋଷ
ମଧ୍ୟପ୍ରଦେଶ: ସନ୍ତାନ ପ୍ରାପ୍ତିରୁ ବଞ୍ଚିତ କି? ଥରେ ଆସନ୍ତୁ ଏହି ଚମତ୍କାରୀ ମନ୍ଦିରକୁ, ନିଶ୍ଚିତ ଭାବରେ ଆପଣଙ୍କ କୋଳ ପୂରଣ ହୋଇଯିବ। ହଁ ଆଜ୍ଞା, ମଧ୍ୟପ୍ରଦେଶ ଖାରଗୋନର ବାରୱାନି ସୀମାରେ ସତପୁରା ପର୍ବତମାଳାର ଶିଖରରେ ଅବସ୍ଥିତ ଏହି ମନ୍ଦିର।
ଏହି ସ୍ଥାନ ଭିଲାଟ ଦେବଙ୍କ କର୍ମଭୂମି ନାଗଲୱାଡି ଭାବରେ ମଧ୍ୟ ଜଣାଶୁଣା। ଏହି 850 ବର୍ଷ ପୁରୁଣା ଧାର୍ମିକ ସ୍ଥଳରେ ଲୋକଙ୍କର ଗଭୀର ବିଶ୍ୱାସ ରହିଛି। ନାଗ ପଞ୍ଚମୀରେ 8 ରୁ 10 ଲକ୍ଷ ଭକ୍ତ ଏଠାକୁ ଭଗବାନଙ୍କ ଦର୍ଶନ କରିବା ପାଇଁ ଆସନ୍ତି।
ବିଶ୍ୱାସ କରାଯାଏ ଯେ, ଯେକୌଣସି ଭକ୍ତ ଏଠାରେ ସଚ୍ଚା ହୃଦୟରେ ସନ୍ତାନ ପାଇଁ ପ୍ରାର୍ଥନା କରନ୍ତି, ତାଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ। ନାଗ ପଞ୍ଚମୀରେ ଏଠାରେ ଏକ ବିରାଟ ମେଳା ମଧ୍ୟ ଅନୁଷ୍ଠିତ ହୁଏ ଏବଂ ଶ୍ରାବଣ ମାସ ସାରା ଭକ୍ତଙ୍କ ଭିଡ଼ ଏଠାରେ ଲାଗି ରହିଥାଏ।