fbpx

ପଥର ଖିଆ ବାବା: ୩୦ ବର୍ଷ ହେଲା ଡେଲି ୨୫୦ ଗ୍ରାମର ପଥର ଖାଇ ହଜମ କରିଦେଉଛନ୍ତି ବୃଦ୍ଧା, ଏମିତି ଅଜବ ଅଭ୍ୟାସ ପଛର କାରଣ କ’ଣ ?

ପୁନେ (ଓଡ଼ିଶା ଭାସ୍କର ): ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜି କାଲି ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ୍‌ ପଥର ଖାଉଥିବା ଦେଖାଯାଇଛି । ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ପଥର ଖାଉଥିବା ଜଣାପଡ଼ିଛି । ରାମଭାଉ ବୋଡକେ ନାମକ ଏହି ବୃଦ୍ଧ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ପଥର ଭାଲେ ବାବା ନାମରେ ଡାକନ୍ତି ।

ଏକ ସାକ୍ଷାତକାରରେ ରାମଭାଉ କହିଛନ୍ତି ୧୯୮୯ରେ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହଠାତ୍‌ ପେଟ ଯନ୍ତ୍ରଣା ହେବାରୁ ୩ ବର୍ଷ ପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିଲେ । ଏହା ସତ୍ତେ୍ୱ ଯନ୍ତ୍ରଣା ନ କମିବାରୁ ସତାରା ଆସି ଚାଷ  କାର୍ଯ୍ୟ ଆରମ୍ଭ କଲେ । ଦିନେ ବିଲରେ ଚାଷ କରୁଥିବା ବେଳେ ଗାଁର ଜଣେ ବୃଦ୍ଧା ତାଙ୍କୁ ପଥର ଖାଇବାର ଉପାୟ କହିଥିଲେ । ଏହା ପରେ ସେ ପଥର ଖାଇବା ଆରମ୍ଭ କରିଥିଲେ । ପଥର ଖାଇବା କ୍ଷଣି ତାଙ୍କ ପେଟ ଯନ୍ତ୍ରଣାରୁ ଉପଶମ ମିଳିଥିଲା । ସେବେଠୁ ସେ ପ୍ରତିଦିନ ପଥର ଖାଇବା ଆରମ୍ଭ କରିଥିଲେ । ଏବେ ତାଙ୍କୁ ପଥର ଖାଇବାକୁ ମଜା ଲାଗୁଥିବା କହନ୍ତି ରାମଭାଉ।

Get real time updates directly on you device, subscribe now.