fbpx
BJD SKY
BJD SKY

(Video) ପୁଣି ଶ୍ରୀମନ୍ଦିରରୁ ଖସିଲା ଏକ ପଥର: କାଳିଆ ତୋର ଏ କି ଲୀଳା, ଶ୍ରୀକ୍ଷେତ୍ର ଧାମରେ ଅଘଟଣ ପୂର୍ବ ସଙ୍କେତ ନୁହେଁ ତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ପ୍ରଭୁଙ୍କ ଦର୍ଶନ ଟିକିଏ ପାଇବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଧାଇଁ ଆସିଥାନ୍ତି ପୁରୀକୁ । କାଳିଆର ଦୁଇ ଆଖିକୁ ଥରେ ଦେଖିଦେଲେ ସତେ ଯେମିତି ଭକ୍ତର କୋଟି ପାପ କ୍ଷୟ ହୋଇଯାଇଥାଏ । ତେବେ ଭକ୍ତର ସେ ଅନ୍ତରର କଥା କେବଳ କାଳିଆ ହିଁ ବୁଝି ପାରିବ । ବେଳେବେଳେ ମହାପ୍ରଭୁଙ୍କ ଧାମରେ ଅନେକ ଅଘଟଣ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ଭକ୍ତଙ୍କ ସହ ସମସ୍ତଙ୍କ ମନରେ ବିପଦ ଆଶଙ୍କା ଛାଇ ଯାଇଥାଏ ।

ପ୍ରଥମେ ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିଥିଲା । ତା’ପରେ ବାଇଶି ପାହାଚରେ ପାଣି ପଶିଥିଲା । ଏହାପରେ ଗତ ୨୩ ତାରିଖ ଅପରାହ୍ଣରେ ଶ୍ରୀମନ୍ଦିରରୁ ପଥର ଖସିଥିଲା । ମାଜଣା ମଣ୍ଡପ ନିକଟ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହର ପଟରୁ ପଥର ଖସିଥିଲା । ବଡ଼ ଦେଉଳରୁ ଖସିଥିବା ଉକ୍ତ ପଥରର ଓଜନ ପାଖାପାଖି ୨୦ କେଜି ହୋଇଥିବା ବେଳେ ସେଥିରେ କାହାର କିଛି କ୍ଷତି ହୋଇନଥିଲା ।

ତେବେ ଏହା ମଧ୍ୟରେ ଶ୍ରୀକ୍ଷେତ୍ର ଧାମରୁ ଆସିଛି ପୁଣି ଏକ ବଡ଼ ଖବର । ମହାପ୍ରଭୁଙ୍କ ବଡ଼ ଦେଉଳରୁ ଖସିଛି ପୁଣି ଏକ ପଥର । ଜଗମୋହନ ବାହାର ପାଖର ମାଜଣା ମଣ୍ଡପ ନିକଟସ୍ଥ ଚର୍ଚ୍ଚା ଘରୁ ଏକ ଛୋଟ ପଥର ଖସିଥିବା ଜଣାପଡ଼ିଛି । ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ଙ୍କୁ ଅବଗତ କରାଯାଇଛି । ମାତ୍ର ଏକ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିରରୁ ଦୁଇଥର ପଥର ଖସିବା ଘଟଣା ସମସ୍ତଙ୍କୁ ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ଏହା କୌଣସି ବିପଦର ପୂର୍ବ ସଙ୍କେତ ନୁହେଁ ତ, ଏପରି ଆଶଙ୍କା ଭକ୍ତ, ସେବାୟତଙ୍କ ମନକୁ ଆଚ୍ଛାଦିତ କରି ରଖିଛି ।

Get real time updates directly on you device, subscribe now.