fbpx

ଉଦଘାଟନ ପୂର୍ବରୁ ଅଘଟଣ, ଟ୍ରାଏଲ ରନ୍ ବେଳେ ବନ୍ଦେ ଭାରତ ଉପରକୁ ପଥରମାଡ

ନୂଆଦିଲ୍ଲୀ : ଉଦଘାଟନ ପୂର୍ବରୁ ଭାଙ୍ଗିଦେଲେ ବନ୍ଦେ ଭାରତ ଟ୍ରେନ । ଟାଟାରୁ ପାଟନା ଯାଉଥିବା ବେଳେ ଗୟା ନିକଟରେ ପଥରମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ପଥରମାଡରେ ଟ୍ରେନର କାଚ ଭାଙ୍ଗି ଯାଇଥିବା ଦେଖାଯାଇଛି । ଧନବାଦ ରେଳ ମଣ୍ଡଳର ବନ୍ଧୁଆ ଏବଂ ଟନକୁପା ଷ୍ଟେସନ ନିକଟରେ ପଥରମାଡ ହୋଇଥିଲା । ରେଳ ବିଭାଗର ଜଣେ କର୍ମଚାରୀ ଏନେଇ ସୂଚନା ଦେଇଛନ୍ତି ।

ରେଳ ଅଧିକାରୀଙ୍କ କହିବା ଅନୁସାରେ, ଟାଟାରୁ ବାହାରି ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କସନ ହୋଇ ବନ୍ଦେ ଭାରତ ଟ୍ରେନ ଗୟା ଅଭିମୁଖେ ଯାତ୍ରା କରୁଥିଲା । ଏହାରି ଭିତରେ ଗୟା ନିକଟରେ କେହି ଦୁର୍ବୃତ୍ତ ବନ୍ଦେ ଭାରତ ଉପରକୁ ପଥର ମାଡ କରିଥିଲା । ଫଳରେ ଇଞ୍ଜିନକୁ ଲାଗି ରହିଥିବା କୋଚର କାଚ ଭାଙ୍ଗି ଯାଇଥିଲା । ତେବେ ଘଟଣା ପରେ ଧନବାଦ ରେଳ ମଣ୍ଡଳ ଅନ୍ତର୍ଗତ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସୌଭାଗ୍ୟବଶତଃ ଟ୍ରେନର ଟ୍ରାଏଲ ଚାଲିଥିବା ବେଳେ କାହାର କୌଣସି କ୍ଷତି ହୋଇନାହିଁ ।

କହିରଖୁଛୁ କି, ସେପ୍ଟେମ୍ବର 15 ତାରିଖରେ ଟ୍ରେନ ଉଦଘାଟନ ହୋଇଥାନ୍ତା । ତେବେ ଏହା ପୂର୍ବରୁ ଟ୍ରାଏଲ ରନ୍ କରାଯାଉଥିବା ବେଳେ ପଥରମାଡ ହୋଇଛି । ଖବର ଅନୁସାରେ, ବର୍ତ୍ତମାନ ସେପ୍ଟେମ୍ବର 20 ତାରିଖରେ ଏହା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । ପାଟନାରୁ ଟାଟା ମଧ୍ୟରେ 6ଟି ଷ୍ଟେସନରେ ରହିବ ।

Get real time updates directly on you device, subscribe now.