fbpx

ଆରଆରଆର ୨ ଉପରେ ଆରମ୍ଭ ହୋଇଗଲାଣି କାମ, ଏହି ଦେଶରେ ହେବ ଶୁଟିଂ

Advertisement

ମୁମ୍ବାଇ:ଅଭିନେତା ରାମଚରଣ ଓ ଜୁନିୟର ଏନଟିଆର୍ ଷ୍ଟାରର ଫିଲ୍ମ ଆରଆରଆରର ସିକ୍ୱେଲ ଆରଆରଆର ୨ ଉପରେ କାମ ଆରମ୍ଭ ହୋଇଯାଇଛି । ଫିଲ୍ମ ନିର୍ମାତା ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର କେବଳ ଦେଶ ମଧ୍ୟରେ ନୁହେଁ ବରଂ ବିଦେଶରେ ବି ଧମାକା ସୃଷ୍ଟି କରିଥିଲା । ରାମ ଚରଣ ଓ ଜୁନିୟର ଏନଟିଆର୍ ଷ୍ଟାରର ଏହି ଫିଲ୍ମକୁ ଦର୍ଶକଙ୍କ ସହିତ ସମୀକ୍ଷକ ବି ବହୁତ ପସନ୍ଦ କରିଥିଲେ । ରିଲିଜ୍ ହେବା ପରଠାରୁ ହିଁ ଏହାର ସିକ୍ୱେଲକୁ ନେଇ ଦାବୀ ଉଠୁଥିଲା । ଏବେ ଫ୍ୟାନ୍ସଙ୍କ ଲାଗି ଏକ ବଡ ଖୁସିର ଖବର ହେଉଛି ଏହାର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହୋଇଯାଇଛି ।

ରାଜାମୌଲିଙ୍କ ପିତା ତଥା ରାଇଟର ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଆରଆରଆର ରିଲିଜ୍ ହେବା ପରେ ମୁଁ ଏହାର ସିକ୍ୱେଲ ଆଇଡିଆ ସେୟାର କରିଥିଲି । ଏହାର ସିକ୍ୱେଲରେ କାହାଣୀ ସୀତାରାମ ରାଜୁ (ରାମ ଚରଣ) ଓ ଭୀମ(ଜୁନିୟର ଏନଟିଅ।।ର)ଙ୍କୁ ନେଇ ଆଗକୁ ଗତି କରିଛି । ପ୍ରସାଦ ଆହୁରି କହିଛନ୍ତି ରାଜମୌଲିଙ୍କ ଆଇଡିଆ ପସନ୍ଦ ଆସିଛି ଓ ଏହାର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହୋଇ ଯାଇଛି । ଏହାର ଅଧିକାଂଶ ସିନ୍ ଆଫ୍ରିକାରେ ଶୁଟିଂ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରସାଦ ଆହୁରି ମଧ୍ୟ କହିଛନ୍ତି ଏବେ ରାଜା ମୌଲି ମହେଶ ବାବୁଙ୍କ ସହ ଫିଲ୍ମରେ ବ୍ୟସ୍ତ ଅଛନ୍ତି ଓ ଆରଆରଆର ୨ ଉପରେ ସେତେବେଳେ କାମ ଆରମ୍ଭ ହେବ ଯେତେବେଳେ ସେହି ଫିଲ୍ମ କାମ ସରିଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ବର୍ଷ ନଭେମ୍ବରରେ ଆରଆରଆର ୨ ଫିଲ୍ମ ଉପରେ ରାଜମୌଲି ମୋହର ଲଗାଇ ଦେଇଥିଲେ ଓ କହିଥିଲେ ତାଙ୍କ ପିତା ପ୍ରସାଦ ତାଙ୍କର ସମସ୍ତ କାହାଣୀ ଲେଖିଥାନ୍ତି ଓ ଆରଆରଆର ୨ ଉପରେ ମଧ୍ୟ କାମ ଆରମ୍ଭ ହୋଇଗଲାଣି । ଫିଲ୍ମ ଆରଆରଆର ପୁରା ବିଶ୍ୱରେ ୧୨୦୦କୋଟି ଟଙ୍କା ସଂଗ୍ରହ କରିଥିଲା ।

 

Get real time updates directly on you device, subscribe now.