ନୂଆଦିଲ୍ଲୀ:ପୁଣି ଥରେ ଟ୍ୱିଟର ଡାଉନ। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ୟୁଜର୍ସ। ଦୀର୍ଘ ସମୟ ଧରି ଏଭଳି ଅସୁବିଧା ଚାଲିଥିଵାବ ବେଳେ ଏବେ ଟ୍ୱିଟରର ସେବା ପୁଣି ଥରେ ସ୍ୱାଭାବିକ ହୋଇଛି । କମ୍ପାନୀ ଏହାର ଅଫିସିଆଲ୍ ସପୋର୍ଟ ହ୍ୟାଣ୍ଡେଲ @ ଟ୍ୱିଟର ସପୋର୍ଟ ପୋଷ୍ଟ କରିଛି।
କମ୍ପାନୀ ଟ୍ୱିଟ୍ କରି କହିଛି ଯେ ବର୍ତ୍ତମାନ ଟ୍ୱିଟର ପୂର୍ବ ପରି କାମ କରୁଛି। ତେବେ ମାର୍ଚ୍ଚ ୬ରେ ହଠାତ୍ ଟ୍ୱିଟରର କିଛି ସମୟ ପାଇଁ ଡାଉନ ହେଇଯାଇଥିଲା । ଯାହା ପରେ ୟୁଜର୍ସ ମାନଙ୍କ ଅସୁବିଧା ଆରମ୍ଭ ହୋଇଯାଇଥିଲା। କମ୍ପାନୀ ଅନୁଯାୟୀ, ଟ୍ୱିଟରରେ କିଛି ଆଭ୍ୟନ୍ତରୀଣ ପରିବର୍ତ୍ତନର ପାଇଁ ଏଭଳି ଘଟିଥିଲା । ସପ୍ତାହରେ ଏହା ଦ୍ୱିତୀୟ ଥର ପାଇଁ ଟ୍ୱିଟର ରେ ଏଭଳି ଅସୁଵିଧା ଦେଖିବାକୁ ମିଳିଥିଲା ।
ଆଉଟେଜ୍ ମନିଟରିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଅନୁଯାୟୀ, ଟ୍ୱିଟରରେ ରାତି ୧୦.୪୫ ପର୍ଯ୍ୟନ୍ତ ଭାରତୀୟ ବ୍ୟବହାରକାରୀଙ୍କ ଠାରୁ ୧,୩୩୮ ଟି ଅଭିଯୋଗ ଆସିଥିଲା ।
Accounts engaging in repeated, egregious weaponization of DMCA on Twitter or encouraging weaponization of DMCA will receive temporary suspensions.
That said, reasonable media takedown requests are, of course, appropriate and will always be supported.
— Elon Musk (@elonmusk) March 6, 2023
ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ କିଛି ଯାନ୍ତ୍ରିକ ତ୍ରୁଟିର ଝଲକ (downdetector nettweet )ଦେଖାଦେଇଥିଲା , ଯେଉଁଥିପାଇଁ ଉପଭୋକ୍ତାମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡିଥିଲା।
User reports indicate Twitter is having problems since 11:53 AM EST. https://t.co/qqqwagygy9 RT if you're also having problems None
— Downdetector (@downdetector) March 6, 2023
ସୂଚନାମୁତାବକ ଏହା ପୂର୍ବରୁ, ଗତ ସପ୍ତାହରେ ମଧ୍ୟ ଟ୍ୱିଟର ବ୍ୟବହାରକାରୀଙ୍କୁ ନ୍ୟୁଜ୍ ଫିଡରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଟ୍ୱିଟର ୟୁଜର୍ସ ଏହି ଭଳି ସମସ୍ୟା ବାରମ୍ବାର ସାମ୍ନା କରୁଛନ୍ତି ।