fbpx

ଅଜଣା ଫ୍ରେଣ୍ଡରିକ୍ୟୁଏଷ୍ଟ ଆସୁଛି କି? ତେବେ ହୋଇଯାଆନ୍ତୁ ସାବଧାନ….

ଆଧୁନିକ ଯୁଗରେ ଲୋକମାନେ ପ୍ରାୟତଃ ଗଣମାଧ୍ୟମରେ ସମୟ ବିତାଉଛନ୍ତି । ଏହା ଦ୍ୱାରା ଯୁବପିଢିଙ୍କ ପାଠପଢା ଉପରେ ପ୍ରଭାବ ପଡିବା ସହ କେତେକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଅଧିକ ଗଣମାଧ୍ୟମରେ ସମୟ ବିତାଇବା ଦ୍ୱାରା ଅଜଣା ପ୍ରୋଫାଇଲ ଫ୍ରଡ, ଫ୍ରଡ କଲ, ମେସେଜ, ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆଦି ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ବାସ୍ତବରେ, ଅଜଣା ବ୍ୟକ୍ତିର ପ୍ରେଣ୍ଡରିକ୍ୟୁଏଷ୍ଟ ଗ୍ରହଣ କରିବା ଦ୍ୱାରା ଏହି ସବୁ ସମସ୍ୟା ସୃଷ୍ଟି ହେଉଛି । କାରଣ, ଏହା କରିବା ଦ୍ୱାରା ଆପଣ ଫେକ ଆଇଡିର ଶୀକାର ହେବା ସହ, ଠକେଇର ବି ଶୀକାର ହୋଇପାରନ୍ତି । ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ ।

୧. ଫେକ ଆଇଡିର ଫ୍ରେଣ୍ଡରିକ୍ୟୁଏଷ୍ଟ ଗ୍ରହଣ କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ ହ୍ୟାକ ହେବାର ସମ୍ଭାବନା ରହିଛି । ଏହା ସହିତ ଆପଣଙ୍କ ବ୍ୟଅଙ୍କ ଆକାଉଣ୍ଟରୁ ବି ଟଙ୍କା ଗାୟବ ହୋଇପାରେ । ଠକ ମାନେ ଫେକ ଆଇଡିରୁ ଫ୍ରେଣ୍ଡରିକ୍ୟୁଏଷ୍ଟ ପଠାଇ ଆପଣଙ୍କ ଗତିିଧି ଉପରେ ନଜର ରଖିôଥାନ୍ତି ।

୨. ଫେକ ଆକାଉଣ୍ଟ ବ୍ୟବହାରକାରୀ କେବେ ବି ନିଜ ଫଟୋ ପ୍ରୋଫାଇଲରେ ସେଟ କରନ୍ତି ନାହିଁ କିମ୍ବା ତାଙ୍କ ଆକାଉଣ୍ଟରେ ଠିକ ଭାବରେ ବ୍ୟକ୍ତିଗତ ବିଷୟରେ କୋଣସି ତଥ୍ୟ ଉଲ୍ଲେଖ ନଥାଏ । ଏଭଳି ଲୋକ ପ୍ରାୟତଃ ଅଧିକ ଲୋକଙ୍କୁ ଫଲୋ କରନ୍ତି, କିନ୍ତୁ ସେମାନଙ୍କ ଫ୍ୟାନ ସଂଖ୍ୟା ଶୂନ୍ୟ ଥାଏ । ଏହା ବ୍ୟତୀତ ଏହି ଆକାଉଣ୍ଟରେ ବିଶେଷ କିଛି ପୋଷ୍ଟ ମଧ୍ୟ ନଥାଏ ।

୩. ଗୁଗୁଲ ଇମେଜ ସର୍ଚ୍ଚ ଟୁଲରୁ ପ୍ରୋଫାଇଲରେ ଲାଗିଥିବା ଫଟୋକୁ ସ୍କାନ କରି ପ୍ରୋଫାଇଲ ଫଟୋ ନକଲି କି ନାହିଁ ତାହା ଏଥିରୁ ଜଣାପଡିଥାଏ । ଏମିତିକି ଫଟୋ କେଉଁଠୁ ଆସିଛି, ତାହା ବି ସର୍ଚ୍ଚ ଟୁଲ କହି ଦେବ ।

Get real time updates directly on you device, subscribe now.