fbpx

୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଅଦ୍ଭୁତ ଦୃଶ୍ୟ

‌୧୩ ଅକ୍ଟୋବର ଅର୍ଥାତ୍ ଆଉ ୩ ଦିନ ପରେ ମହାକାଶରେ ଦେଖାଯିବ କିଛି ଅଦ୍ଭୁତ ଦୃଶ୍ୟ, ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହିଦିନ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ। ଜ୍ୟୋତିର୍ବିଜ୍ଞାନୀ ଏବଂ ମଙ୍ଗଳଗ୍ରହକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ଦେଖିବା ପାଇଁ ବହୁତ ଉତ୍ସାହ ରହିଛି। ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ଏବଂ ପୃଥିବୀ ସିଧାସଳଖ ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ ହେବ।

ତେବେ ଏହିଦିନ ସନ୍ଧ୍ୟାରେ ଯଦି ଆକାଶ ସ୍ବଚ୍ଛ ବା ନିର୍ମଳ ରହେ ତେବେ ଏହି ଦୃଶ୍ୟ ପୂର୍ବ ଦିଗରେ ଦେଖାଯିବ। ଏହାର କମଳା ରଙ୍ଗର ଦେଖାଯିବ। ମଙ୍ଗଳଗ୍ରହ ଏବଂ ପୃଥିବୀର ଏକତ୍ର ଗତି ହେତୁ ମଙ୍ଗଳଗ୍ରହ ସୂର୍ଯ୍ୟୋଦୟ ସମୟରେ ଲୋକମାନେ ଆକାଶରେ ଦେଖିପାରିବେ। ସେହି ସମୟରେ ଗ୍ରହଗୁଡିକ ଟେଲିସ୍କୋପରେ ଉଜ୍ଜ୍ୱଳ ଏବଂ ସବୁଠାରୁ ସ୍ପଷ୍ଟ ଆକାରରେ ଦେଖାଯିବ।

Get real time updates directly on you device, subscribe now.