fbpx

କୋଚିଂ ସେଣ୍ଟର ଉପରେ କଡ଼ା ଆକ୍ସନ… Basement ହେବ ସିଲ୍, ଘଟଣାସ୍ଥଳରେ MCD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଯାଇଛି ବିରାଟ ଅଘଟଣ । କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ୩ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଏହାପରେ ମାମଲା ଏବେ ସବୁଆଡ଼େ ହଲଚଲ ସୃଷ୍ଟି କରିଛି । ତେବେ ଏହି ମାମଲାରେ ବର୍ତ୍ତମାନ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର । ରାଓ ଆଇଏଏସ ଷ୍ଟଡି ସର୍କଲର ମାଲିକ ଏବଂ କୋ-ଅର୍ଡିନେଟରଙ୍କୁ ହେପାଜତରେ ନେଇଛି ପୋଲିସ । ସେପଟେ ଦିଲ୍ଲୀ ନଗର ନିଗମ ମଧ୍ୟ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ନିୟମ ଭାଙ୍ଗି ବେସମେଣ୍ଟ ବ୍ୟବହାର କରିବା ବର୍ତ୍ତମାନ କୋଚିଂ ସେଣ୍ଟର ଉପରେ ମହଙ୍ଗା ପଡ଼ିପାରେ ।

ସୂଚନା ଅନୁସାରେ, ଗତକାଲି ରାଓ ଆଇଏଏସ ଷ୍ଟଡି ସର୍କଲ କୋଚିଂ ସେଣ୍ଟରର ବେସମେଣ୍ଟରେ ଅଚାନକ ପାଣି ପଶିଯାଇଥିଲା । ଏହି ସମୟରେ ବେସମେଣ୍ଟରେ କିଛି ପିଲା ପାଠ ପଢୁଥିବା ବେଳେ ପାଣି ସେମାନଙ୍କୁ କବଳିତ କରି ନେଇଥିଲା । ପାଣିର ପ୍ରବାହ ଖୁବ ଅଧିକ ରହିଥିବାରୁ ପିଲାମାନେ ଏଥିରୁ ବାହାରି ପାରିନଥିଲେ । ଫଳରେ ୩ ଜଣ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦିଲ୍ଲୀ ନଗର ନିଗମର ମେୟର ଏହି ମାମଲାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋଚିଂ ସେଣ୍ଟରରେ ଏଭଳି ଏକ ଘଟଣା ପରେ ଦିଲ୍ଲୀ ସରକାରଙ୍କ ସହ ଏମସିଡିକୁ ମଧ୍ୟ ଆଲୋଚନାର ଶିକାର ହୋଇଛନ୍ତି । ଏହାପରେ ବେଆଇନ୍ ଭାବରେ ବେସମେଣ୍ଟକୁ ବ୍ୟବହାର କରିବା ଅଭିଯୋଗରେ ଏବେ ସିଲିଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ଏମସିଡି । ଏହାବ୍ୟତୀତ ମେୟର ଶୈଳୀ ଓବ୍ରୋୟଙ୍କ ନିର୍ଦ୍ଦେଶ ଅନୁସାରେ ଆହୁରି କିଛି କୋଚିଂ ସେଣ୍ଟରରେ ମଧ୍ୟ ଏମସିଡି ନଜର ରଖିଛି ।

Get real time updates directly on you device, subscribe now.