Breaking: କାଲିଠୁ କନ୍ଦାଇବ ପ୍ରଚଣ୍ଡ ଖରା, ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି

ପାଣିପାଗ ବିଭାଗର ପୂର୍ବାନୁମାନ। କାଲିଠୁ ବଢ଼ିବ ଖରାର ତେଜ। ଅସ୍ତବ୍ୟସ୍ତ ହେବ ଜନ ଜୀବନ। ୪ରୁ ୫ ଦିନ ତାପମାତ୍ରା ଅଧିକ ରହିବ। ଏହାସହ କନ୍ଦାଇବ ଘନ କୁହୁଡ଼ି।

ଭୁବନେଶ୍ୱର: ହଠାତ୍ କୁଆଡ଼େ ଗାଏବ ହୋଇଗଲା ଶୀତ। ଜାନୁଆରୀ ମାସରେ ଶୀତର ପ୍ରକୋପ ଅଧିକ ରହୁଥିବା ବେଳେ, ଚଳିତ ବର୍ଷ କିନ୍ତୁ ଶୀତ ବଦଳରେ ଗରମ ବଢ଼ୁଛି।

ଆଉ ଏହାରି ଭିତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି କାଲିଠୁ ରାଜ୍ୟ ସାରା କଲବଲ କରିବ ଟାଇଁ ଟାଇଁ ଖରା। ଦିନ ଓ ରାତିରେ ତାପମାତ୍ରା ଅଧିକ ରହିବ। ୪ରୁ ୫ ଦିନ ତାପମାତ୍ରା ଅଧିକ ରହିବ।

ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି। ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି।

ଆଗାମୀ ୫ରୁ ୭ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ। ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୨୪ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।