fbpx

(video) ଭିଡିଓ ଗେମ୍ ଛଡ଼ାଇ ନେବାରୁ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟିଲା ଛାତ୍ର; ମେଡିକାଲରେ ଶିକ୍ଷୟିତ୍ରୀ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ସମୟ ବଦଳିଛି ଏବଂ ସମୟ ସାଙ୍ଗରେ ବହୁଛ କିଛି ବଦଳିଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାଡରେ ପିଲାମାନଙ୍କ ପିଠିରୁ ଛାଲ ଉତୁରି ଯାଉଥିଲା । ଏବେ କିନ୍ତୁ ଓଲଟା । ଛାତ୍ରଛାତ୍ରୀଙ୍କ ମାଡରେ ଶିକ୍ଷକ ଶିକ୍ଷୟିତ୍ରୀଲହୁ ଲୁହାଣ ହୋଇଛନ୍ତି । ଏଭଳି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ।

ଆମେରିକାର ଫ୍ଲୋରିଡାରେ ଏହି ଅଭାବନୀୟ ଘଟରା ଘଟିଛି । ଛାତ୍ର ଜଣଙ୍କ ଭିଡିଓ ଗେମ୍ ଖେଳୁ୍‌ଥିବା ବେଳେ ଶିକ୍ଷୟିତ୍ରୀ ତା ଠାରୁ ଗେମ୍ ଡିଭାଇସ୍ କୁ ଛଡାଇ ନେଇଥିଲେ । ବାସ୍ ଏତିକିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ର ଜଣଙ୍କ ତାଙ୍କୁ ନିସ୍ତୁକ ମାଡ ମାରିଥଇଲେ । ତଳେ ପକାଇ ଗୋଇଠା ବିଧା ଯେତେ ଇଚ୍ଛା ମାରି ଚାଲିଲେ । ପିଟି ପିଟି ଗୁରୁତର ଆହତ କରିବା ପରେ ମଧ୍ୟ ମନ ବୁଝିନଥିଲା । ଜୀବନରୁ ମାରି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । କେହି ଜଣେ ତାକୁ ଅଟକାଇବାରୁ ଉତ୍ତ୍ୟକ୍ତ ଛାତ୍ର କବଳରୁ ଶିକ୍ଷୟିତ୍ରୀ ରକ୍ଷା ପାଇଥିଲେ ।

 

ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତାଙ୍କ ମୁଣ୍ଡରେ ଜୋରରେ ଆଘାତ କରାଯାଇଛି । ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଭଳି ମାନସିକତା କାହିଁକି । ଗତ କିଛି ଦିନ ତଳେ ଏପରି ଦୁଇଟି ଘଟଣା ସାମ୍ନାକୁ ଆସିଥିଲା । ଭୁବନେଶ୍ୱର ଉତ୍କଳ ୟୁନିଭରସିଟିରେ ସେମିନାର ସମୟରେ ଜଣେ ଅଧ୍ୟପକଙ୍କୁ ଆକ୍ରମଣ କରାଯାଇଥିଲା । ଦେଶଦ୍ରୋହୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଏଭିବିପି ସଂଗଠନର ଛାତ୍ରମାନେ ଆକ୍ରମଣ କରିଥିଲେ । ସେହିପରି ବାଲେଶ୍ୱର ଜିଲାରେ ମଧ୍ୟ ଏଭଳି ଏକ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.