ଥଣ୍ଡାରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ କଲେ ଛାତ୍ର କଂଗ୍ରେସ ସଭାପତି

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ସହ ଦଳରୁ ନିଲମ୍ୱିତ ହେଲେ ଉଦିତ୍।

ଭୁବନେଶ୍ୱର: ଉଦିତ୍ ପ୍ରଧାନ। ଛାତ୍ର କଂଗ୍ରେସର ସଭାପତି ଥିଲେ। ହେଲେ ଆଜି ତାଙ୍କୁ କଂଗ୍ରେସରୁ ନିଲମ୍ୱନ କରାଯାଇଛି।  ଆଉ ନିଲମ୍ୱନ ହେବାର କାରଣ ହେଉଛି ସେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଯୁବତୀଙ୍କ କୋଲଡ୍ରିଙ୍କସରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ଉଦିତଙ୍କ ନାଁରେ ଅଭିଯୋଗ ହୋଇଛି। ତେଣୁ ତାଙ୍କୁ ଗିରଫ ମଧ୍ୟ କରିଛି ପୋଲିସ। ସେପଟେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କୁ ଛାତ୍ର କଂଗ୍ରେସ ପଦରୁ ମଧ୍ୟ ନିଲମ୍ୱିତ କରାଯାଇଛି।

ଉଦିତ୍ ପ୍ରଧାନଙ୍କୁ ନିଲମ୍ୱିତ କଲେ NSUI ସଭାପତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳରୁ ମଧ୍ୟ ତାଙ୍କୁ ନିଲମ୍ୱିତ କରାଯାଇଛି।

ଯଦି ଦେଖିବା ଉଦିତଙ୍କ ନାଁରେ ଯୁବତୀ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଏହାପରେ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ।  ଗତ ମାର୍ଚ୍ଚ ୧୮ ତାରିଖରେ ଉଦିତ୍ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।