ସାରା ରାତି ସ୍କୁଲ ଭିତରେ ଛାତ୍ରୀ, ବାହାର ପଟୁ ତାଲା ପକାଇଦେଲେ ସ୍କୁଲ କର୍ତ୍ତୁପକ୍ଷ
ଲୁହା ରେଲିଂରେ ଫସିଗଲା ଛାତ୍ରୀଙ୍କ ମୁଣ୍ଡ।
କେନ୍ଦୁଝର: ଛାତ୍ରୀଙ୍କୁ ତାଲା ପକାଇଦେଲେ କ୍ଲାସରେ ସ୍କୁଲ କର୍ତ୍ତୁପକ୍ଷ। ସାରାରାତି ଶ୍ରେଣୀ ଗୃହରେ ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ।
ଝରକା ଦେଇ ବାହାରକୁ ଆସିବାକୁ ଛାତ୍ରୀ କରୁଥିଲେ ପ୍ରୟାସ।
ଏହି ସମୟରେ ଲୁହା ରେଲିଂରେ ଫସିଗଲା ଛାତ୍ରୀଙ୍କ ମୁଣ୍ଡ। ରାତିସାରା ବିପଦପୂର୍ଣ୍ଣ ଅବସ୍ଥାରେ ଝରକାରେ ଝୁଲି ରହିଲା କୁନି ଝିଅ।
ସକାଳୁ ଗୁୂରୁତର ଅବସ୍ଥାରେ ଛାତ୍ରୀଙ୍କୁ କରାଗଲା ଉଦ୍ଧାର।
ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।