କଟକ: ପିଜି ଛାତ୍ରୀଙ୍କୁ ମାରି ଟାଙ୍ଗିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କଣ୍ଟାପଡା ଗୋବିନ୍ଦପୁର ଅଞ୍ଚଳରେ।
ଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ହତ୍ୟାକାଣ୍ଡ। ଯେଉଁଠି ଜଣେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଛାତ୍ରୀ ଜଣଙ୍କ କେନ୍ଦୁଝର ଜିଲ୍ଲାର ଘସିପୁରା ଅଞ୍ଚଳର ହୋଇଥିବାବେଳେ ସେ ଭଡା ଘର କରି କଣ୍ଟାପଡା ଗୋବିନ୍ଦପୁର ଅଞ୍ଚଳରେ ରହୁଥିଲେ।
ସେଠାରେ ତାଙ୍କୁ ହତ୍ୟା କରାଯାଇ ଲାଟିନରେ ଝୁଲାଇଦିଆଯାଇଥିଲା। ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ଏଯାଏଁ ପହଞ୍ଚି ପାରିନି ଗୋବିନ୍ଦପୁର ପୋଲିସ।