fbpx

ବଣ ଭୋଜିରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ନୋଟିସ୍‌ ଜାରି

କଟକ (ଭାସ୍କର ନ୍ୟୁଜ୍‌): ବଣଭୋଜିରେ ଛାତ୍ର କରଣ ପଟ୍ଟନାୟକ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ମୃତ ଛାତ୍ରଙ୍କ ମା ଜାନକୀ ପଟ୍ଟନାୟକ ଓ ବାପା ଦୀପକ କୁମାର ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ତଦନ୍ତର ସାନି ସ୍ଥିତି ସମ୍ପର୍କରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ସିଦେ୍ଧଶ୍ୱର ମହାନ୍ତି ମାମଲା ପରିଚାଳନନା କରୁଛନ୍ତି । ଗତ ୨୦୨୧, ନଭେମ୍ବର ୧୪ରେ ସୁନ୍ଦରଗଡ଼ସ୍ଥିତ କଳାୟତନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୋଇଲିଘୋଘରକୁ ବଣଭୋଜି କରିବାକୁ ଯାଇଥିଲାବେଳେ ଛାତ୍ର କରଣ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତା ପାଇଁ ମୃତ କରଣଙ୍କ ବାପା -ମା ମୃତ୍ୟୁ ମାମଲା ଯାଞ୍ଚ ସିବିଆଇ କରିବା ପାଇଁ ଅବେଦନ କରିଛନ୍ତି।

Get real time updates directly on you device, subscribe now.