fbpx

ଫେରିବ ପୁରୁଣା ପାଟର୍ଣ୍ଣ: ଆସନ୍ତାବର୍ଷଠୁ ପୁଣି ଦଶମ ଦ୍ୱାଦଶଙ୍କ ପରୀକ୍ଷାରେ ଆସିବ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ଶିକ୍ଷା ବିଭାଗରେ ପୁଣି ଆସିପାରେ ପରିବର୍ତ୍ତନ । ପୁଣି ଥରେ ପରୀକ୍ଷାରେ ଲାଗୁ ହୋଇପାରେ ପୁରୁଣା ପାଟର୍ଣ୍ଣ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି । ଏହି ନିୟମ ଆସନ୍ତାବର୍ଷରୁ ୨୦୨୨-୨୩ ବର୍ଷ ପିାମାନଙ୍କ ପାଇଁ ଲାଗୁ ହେବ । ଦଶମ ଏବଂ ଦ୍ୱାଦଶ ଉଭୟ ଶ୍ରେଣୀର ପିଲାଙ୍କ ପାଇଁ ଗୋଟିଏ ବୋର୍ଡ ପରୀକ୍ଷା କରାଯିବା ନେଇ ଯୋଜନା ଚାଲିଛି । ତେବେ ଏହା କେବଳ ସିବିଏସଇ ପିଲାମାନଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଶ୍ରେଣୀ ପାଇଁ ଦୁଇଟି ପରୀକ୍ଷା କରାଯିବା ନେଇ ସୁପାରିଶ କରିଥିଲେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ । ତେବେ ଏହି ନିୟମକୁ ଆଗକୁ ଜାରି ରହିବା ନେଇ ଭବିଷ୍ୟବାଣୀ କରାଯାଉଥିଲା । କିନ୍ତୁ ପୁଣିତରେ ଆସନ୍ତାବର୍ଷରୁ ପୁରୁଣା ପାଟର୍ଣ୍ଣ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି । ତେବେ ଏ ନେଇ ଚୁଡାନ୍ତି ନିଷ୍ପତ୍ତି ଏଯାବତ ନିଆଯାଇ ପାରିନାହିଁ ।

ତେବେ ବର୍ତ୍ତମାନ ୨୦୨୨-୨୩ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ପହଞ୍ଚିଥିବା ପିଲାମାନଙ୍କ ପାଇଁ ଗୋଟିଏ ବୋର୍ଡ ପରୀକ୍ଷା ଆୟୋଜିତ ହେବ । କେନ୍ଦ୍ରୀୟ ଭାବରେ ପରିଚାଳିତ ପ୍ରବେଶିକା ପରୀକ୍ଷା ସ୍କୋର ଏହି ର୍ବେରୁ ଆହମିଶନ ସ୍ଥିର କରିବ । ତେବେ ଏହି ପଦକ୍ଷେପ ଦ୍ୱାରା ବୋର୍ଡ ପରୀକ୍ଷାର ଗୁରୁତ୍ୱ ମଧ୍ୟ ହ୍ରାସ ପାଇପାରେ ।

Get real time updates directly on you device, subscribe now.