fbpx
BSKY
BJD MC SKY
BJD MS SKY

Blackboardରେ ‘ଜୟ ଶ୍ରୀରାମ’ ଲେଖିଦେଲେ ଛାତ୍ର: ବିନା କାରଣରେ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଏବେ….

ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ‘ସର୍ବଶିକ୍ଷା ଅଭଯାନ’ ସହ ‘ଦଣ୍ଡମୁକ୍ତ ଅଞ୍ଚଳ’କୁ ଗୁରୁତ୍ୱ ଦିଆଯାଉଛି । ପାଠ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଦଣ୍ଡବିଧାନ କରାଯାଇ ପାରିବ ନାହିଁ ବୋଲି ଘୋଷଣା କରାଯାଇଛି । କିନ୍ତୁ ବର୍ତ୍ତମାନ ଏହାର ବ୍ୟତିକ୍ରମ ନିୟମର ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ଜଣେ ଛାତ୍ରଙ୍କୁ ଅମାନୁଷିକ ଭାବରେ ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋଧରେ ଅିଯୋଗ ହୋଇଛି । ତେବେ ମାଡ଼ର କାରଣ ମଧ୍ୟ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ଦର୍ଶାଯାଇଛି । କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ପିଲାଟିକୁ ନିର୍ଦ୍ଧୁମ ମାଡ଼ ମାରିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଏହି ମାମଲା ନେଇ ଶୁକ୍ରବାର ମାମଲା ରୁଜୁ ହୋଇଛି । ଜମ୍ମୁ କାଶ୍ମୀର କଠୁଆ ଜିଲ୍ଲାର ସରକାରୀ ଅପର ସେକେଣ୍ଡାରୀ ସ୍କୁଲରେ ଘଟିଛି ଅଭାବନୀୟ କାଣ୍ଡ । ଯାହାକୁ ନେଇ ପ୍ରିନ୍ସିପାଲ ମହମ୍ମଦ ହାଫିଜ ଏବଂ ଶିକ୍ଷକ ଅଡ଼ୁଆରେ ପଡ଼ି ଯାଇଛନ୍ତି । ଜଣେ ଦଶମ ଶ୍ରେଣୀ ଛାତ୍ର କଳାପଟାରେ ‘ଜୟ ଶ୍ରୀରାମ’ ଲେଖିଥିବାରୁ ତାଙ୍କୁ ଶାରୀରିକ ଦଣ୍ଡ ଦେଇଥିବା ଜାଣିବାକୁ ମିଳିଛି । ଛାତ୍ରଙ୍କୁ ନିର୍ଦ୍ଧୁମ ଭାବରେ ମାଡ଼ ମାରିଥିଲେ ସମ୍ପୃକ୍ତ ଶିକ୍ଷକ । ଫଳରେ ଗୁରୁତର ଆହତ ଭାବରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଏକ ସଙ୍ଗୀନ ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ସ୍କୁଲର ପ୍ରିନ୍ସିପାଲ ଫେରାର ରହିଛନ୍ତି ।

ମାମଲା ଜଣା ପଡ଼ିବା ପରେ ସାରା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ଉଭୟଙ୍କ ବିରୋଧରେ ୩୨୩(ଜଣାତରେ ଆଘାତ ଦେବା), ୩୪୨(ଭୁଲ ବାଟରେ କଏଦ କରିବା),୫୦୪(ଜାଣି ଜାଣି ଅପମାନ କରିବା) ଏବଂ ୫୦୬(ଅପରାଧିକ ଧମକ) ସହିତ କିଶୋର ନ୍ୟାୟ ଅଧିନିୟମର ଧାରା ୭୫ ଅନୁସାରେ ମାମଲା ରୁଜୁ ହୋଇଛି । ଏ ମାମଲା ନେଇ ଡେପୁଟୀ କମିଶନର ତିନି ଜଣିଆ ଟିମ ଗଠନ କରିବା ସହ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.