fbpx

ଛାତ୍ରୀମାନେ ସାବଧାନ୍! ପରୀକ୍ଷାରେ ପିନ୍ଧନ୍ତୁ ନାହିଁ ଏହି ଅଳଙ୍କାର: ମୁଦି,ବ୍ରେସଲେଟ, ହାରକୁ ମନା

Advertisement

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଗ୍ରାଜୁଏସନ୍ ଆଡମିଶନ୍ ପାଇଁ CUET(କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ)ପରୀକ୍ଷା ଆୟୋଜନ ହେଉଛି । ତବେ କେବଳ ଦିଲ୍ଲୀରେ ହିଁ ସେଣ୍ଟର୍ସ ପରୀକ୍ଷା ବାକି ରହିଛି । ଏନଟିଏର ନୋଟିସ ଅନୁସାରେ, ଦିଲ୍ଲୀରେ ଏହି ପରୀକ୍ଷା ମେ’ ୨୯ ତାରିଖରେ ଅନଷ୍ଠିତ ହେବ । ବୁଧବାର ଦିନ (ରସାୟନ ବିଜ୍ଞାନ-୩୦୬, ଜଚୀବ ବିଜ୍ଞାନ-୩୦୪, ଇଂରାଜୀ-୧୦୧ ଏବଂ ଜେନେରାଲ ଟେଷ୍ଟ-୫୦୧) ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ୧୫ ତାରିକରେ ହେବାକୁ ଥିବା ଏହି ପରୀକ୍ଷା ଅପରିହାର୍ଯ୍ୟ କାରଣ ଯୋଗୁଁ ରଦ୍ଦ କରାଯିବା ନେଇ ଏନଟିଏ ପକ୍ଷରୁ ନୋଟିସ ଜାରି ହୋଇଛି ।

ତେବେ ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ଛାତ୍ରଛାତ୍ରୀମାନେ ଏହି ଗାଇଡଲାଇନ୍ ଉପରେ ଧ୍ୟାନ ଦିଅନ୍ତୁ:

୧- ପରୀକ୍ଷା ହଲରେ କୌଣସି ମୋବାଇଲ ଫୋନ୍, ବ୍ଲୁଟୁଥ, ଇୟରଫୋନ୍, ମାଇକ୍ରୋଫୋନ୍, ହେଲ୍ଥ ବ୍ୟାଣ୍ଡ ଆଦି ନେବାକୁ ବାରଣ କରାଯାଇଛି । ସମସ୍ତ ଇଲେକ୍ଟ୍ରୋନିକ ଉପକରଣ ପାଇଁ ମନା ହୋଇଛି ।

୨- ସେହିପରି ପର୍ସ, ଚଷମା, ବ୍ୟାଗ୍, ବେଲ୍ଟ, ଯୋପି, ଘଣ୍ଟା, କ୍ୟାମେରା, ଅଳଙ୍କାର ବା କୌଣସି ଧାତୁ କିମ୍ବା ବସ୍ତୁ, ଖୋଲା ବା ପ୍ୟାକେଟ ଖାଦ୍ୟ ପଦାର୍ଥ ସମେତ ପାଣି ବୋତଲ, ମାଇକ୍ରୋଚିପ୍ ନେବା ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ ।

୩- ପରୀକ୍ଷା କେନ୍ଦ୍ରରେ ଏଜେନ୍ସି ତରଫରୁ ପରୀକ୍ଷାର୍ଥୀମାନଙ୍କ ଜିନିଷ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

୪- ଆଶାୟୀ ପ୍ରାର୍ଥୀମାନଙ୍କୁ ଧାର୍ମିକ ବସ୍ତୁ ବା ଆସ୍ଥାର ବସ୍ତୁ ପିନ୍ଧିବାକୁ ନେଇ ରିପୋର୍ଟିଙ୍ଗ ସମୟର ୨ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସୂଚନା ଦେବାକୁ ପଡ଼ିବ ।

୫- ଲମ୍ବା ଆସ୍ତରଣ ହାଲୁକା ପୋଷାକ ଅନୁମତି ନାହିଁ । ତଥାପି, ଯଦି ପ୍ରାର୍ଥୀମାନେ ସାଂସ୍କୃତିକ, ପାରମ୍ପରିକ ପୋଷାକରେ ପରୀକ୍ଷା କେନ୍ଦ୍ରକୁ ଆସନ୍ତି, ତେବେ ସେମାନେ ରିପୋର୍ଟ ସମୟର ଏକ ଘଣ୍ଟା ପୂର୍ବରୁ ରିପୋର୍ଟ କରିବେ ।

୬- ଚପଲ ଏବଂ କମ୍ ହିଲ ସାଣ୍ଡଲକୁ ଅନୁମତି ଦିଆଯାଇଛି । କିନ୍ତୁ ଜୋତା ପିନ୍ଧିବା ପାଇଁ ଅନୁମତି ପାଇ ପାରିବେ ନାହିଁ ପରୀକ୍ଷାର୍ଥୀ । ତେବେ ଅପରିହାର୍ଯ୍ୟ ଏବଂ ମେଡିକାଲ ପରିସ୍ଥିତିରେ ଏନଟିଏକୁ ଆବେଦନର ସମୟ ସୂଚିତ କରିବାକୁ ହେବ ।

୭- ହାତରେ କଡ଼ା, ମୁଦି କିମ୍ବା ଗଳାରେ ହାର ପିନ୍ଧିବାକୁ ବାରଣ ରହିଛି ।

ଏହି ଡକ୍ୟୁମେଣ୍ଟ ବାଧ୍ୟତାମୂଳକ:

୧- ଆଡମିଟ କାର୍ଡର ହାର୍ଡ କପି ନେବାକୁ ଭୁଲନ୍ତୁ ନାହିଁ । ଏହା ବିନା ପରୀକ୍ଷା କେନ୍ଦ୍ରରେ ପ୍ରବେଶ ମିଳିପାରିବ ନାହିଁ ।

୨- ୧ ପାସପୋର୍ଟ ଫଟୋ ମଧ୍ୟ ନେବାକୁ ପଡ଼ିବ, ଏହା ଆଡମିଟ କାର୍ଡରେ ଲାଗିଥିବା ଆବଶ୍ୟକ ।

୩- ଯେକୌଣସି ଅଧିକୃତ ଫଟୋ ଆଇଡି ସ୍କୁଲ ପରିଚୟ ପତ୍ର, ପାନ୍ କାର୍ଡ, ଆଦାର କାର୍ଡ, ଭୋଟର ଆଇଡି ଇତ୍ୟାଦି ପାଖରେ ଥିବା ଉଚିତ୍ ।

୪- PwBD ପ୍ରମାଣପତ୍ର (ଯଦି ଲାଗୁ ହୋଇଥିବ)

Get real time updates directly on you device, subscribe now.