ଭଞ୍ଜନଗର: ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ଭଞ୍ଜନଗର ମାଲସାହିର ଏକ ଭଡ଼ା ଘରୁ ଏହି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ରୀ ଜଣକ ସୋରଡ଼ା ବ୍ଲକ୍ କେଶରା ଗାଁର ଅଟେ।
ଏହି ଛାତ୍ରୀ ଜଣକ କାହିଁକି ଏପରି ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଚଳାଇଛି।
ଯାଜପୁରରେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀ-ସ୍ତ୍ରୀ ବେକରେ ରଶି ଲଗାଇ ଝୁଲିପଡିଛନ୍ତି। ଝୁଲନ୍ତା ଅବସ୍ଥାରେ ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି। ବ୍ରହ୍ମବରଦା ଥାନା କୋଠାସାହିରେ ଏହି ଅଭାବନୀୟ ଘଟଣା ଘଟିଛି।