ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ!
ଖବର ପାଇଁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ପହଞ୍ଚିଛି ଟାଉନ ଥାନା ପୋଲିସ ।
ଭଦ୍ରକ: ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଅଘଟଣ । ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।
ମୃତ ଛାତ୍ରୀ ଜଣଙ୍କ ଭଦ୍ରକ ସୂୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଥିଲେ ।
ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ହଷ୍ଟେଲକୁ ଫେରିଥିଲେ । ଛାତ୍ରୀ ଜଣଙ୍କ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା ରହିଛି ।
ଖବର ପାଇଁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ପହଞ୍ଚିଛି ଟାଉନ ଥାନା ପୋଲିସ ।
ମୃତ ଦେହ ଜବତ କରିବା ଶହ ଏନେଇ ଛାତ୍ରୀଙ୍କ ପରିବାରକୁ ଖବର ଦେଇ ତଦନ୍ତ କରୁଛି ପୋଲିସ ।