fbpx

ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକମାନଙ୍କୁ ମିଳିବ ଷ୍ଟଡି ଲିଭ୍‍-ପାରିଶ୍ରମିକ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଘୋଷଣା

Advertisement

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଲିଭ୍‍ ବାବଦକୁ ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକମାନଙ୍କୁ ପାରିଶ୍ରମିକ ମିଳିବ । ଏନେଇ ସେମାନଙ୍କର ଦୀର୍ଘଦିନର ଦାବିକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂରଣ କରିବା ସହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି । ରାଜ୍ୟର ସରକାରୀ ଡାକ୍ତରଖାନାରେ ଜିଏନ୍‍ଏମ୍‍ ଡିଗ୍ରୀ ହାସଲ ପରେ କାର୍ଯ୍ୟ କରୁଥିବା ନର୍ସିଂ ଅଫିସର ବିଏସ୍‍ସି ଡିଗ୍ରୀ ପାଇଁ ଯାଉଥିଲେ ସେମାନଙ୍କୁ ଷ୍ଟଡି ଲିଭ୍‍ ବାବଦ ଅର୍ଥ ମିଳୁନଥିଲା ।

କାରଣ ସେମାନେ ବିଭିନ୍ନ ମେଡ଼ିକାଲ କଲେଜରେ ପାଠ ପଢ଼ିବା ସମୟରେ ରୋଗୀଙ୍କୁ ସେବା ଯୋଗାଇଥାନ୍ତି । ସେହିପରି ନର୍ସିଂ କଲେଜରେ ବିଏସ୍‍ସି ନର୍ସିଂ ଡିଗ୍ରୀ ପରେ ଶିକ୍ଷକତା କରି ଏମ୍‍ଏସ୍‍ସି ପଢ଼ିବାକୁ ଷ୍ଟଡି ଲିଭରେ ଯାଉଥିବା ଶିକ୍ଷକମାନଙ୍କୁ ମଧ୍ୟ ଏବେ ଏହି ଅର୍ଥ ମିଳିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି ।

Get real time updates directly on you device, subscribe now.