Breaking: ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା, ଏପ୍ରିଲ ୨୨-୨୩ ତାରିଖରେ ମିଳିବ ସୁଭଦ୍ରା କିସ୍ତି

ରିଜେକ୍ସନ ଲିଷ୍ଟର ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ। ତୃତୀୟ କିସ୍ତି ପରେ ଯେଉଁ ମାନଙ୍କର ୨୧ ବର୍ଷ ହୋଇଯାଇଥିବ ସେମାନଙ୍କ ପାଇଁ ସ୍ପେସିଆଲ ସୁଭଦ୍ରା ଓପନ ହେବ।

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ଏପ୍ରିଲ ୨୨ ଓ ୨୩ ତାରିଖରେ ମହିଳାମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏଇ ମାସ ଆକାଉଣ୍ଟକୁ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା।

ମହିଳାମାନଙ୍କ ପାଇଁ ପୁଣି ଏକ ଖୁସି ଖବର। ସରକାର ଏପ୍ରିଲ ମାସ ଶେଷ ବେଳକୁ ଦେବାକୁ ଯାଉଛନ୍ତି ସୁଭଦ୍ରା ଟଙ୍କା। ଏନେଇ ନିଜେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିଲେ କି ସୁଭଦ୍ରା ଟଙ୍କା କେବେ ଆସିବ। ସେମାନଙ୍କ ପାଇଁ ବଡ଼ ସୂଚନା ଦେଇଛନ୍ତି ପ୍ରଭାତୀ।

ଯେଉଁମାନେ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଯାଇଛନ୍ତି। ଏବଂ ସୁଭଦ୍ରା ଟଙ୍କା ପାଇବାକୁ ଯୋଗ୍ୟ ସେମାନଙ୍କୁ ସର୍ଭେ ପରେ ଟଙ୍କା ଦିଆଯିବ। ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ।

ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ। ସେମାନଙ୍କୁ ବ୍ୟସ୍ତ ହେବାର ଜନାହିଁ। ଏବଂ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ସୁଭଦ୍ରା ଅନ୍ତର୍ଗତ ସେମାନଙ୍କୁ ଟଙ୍କା ମିଳିବ ବୋଲି ବାରମ୍ୱାର ଆଶ୍ୱସ୍ତ କରୁଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏବେ ସୁଦ୍ଧା ୨ଟି କିସ୍ତି ସହ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଛି। ଏବଂ ୧ ଲକ୍ଷ ୭୦ ହଜାର ହିତାଧିକାରୀ ବାଦ୍ ପଡିଛନ୍ତି। ସେମାନଙ୍କର ସର୍ଭେ ଚାଲିଛି। ସର୍ଭେ ସରିବା ପରେ ଏପ୍ରିଲ ୨୨ ଓ ୨୩ ତାରିଖ ବେଳକୁ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ।

ଏହାସହ ଆହୁରି ମଧ୍ୟ କହିଛନ୍ତି, ଯେହେତୁ କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିସାରିଲାଣି। ଆଉ ରାକ୍ଷୀ ପୂର୍ଣ୍ଣମୀରେ ତୃତୀୟ କିସ୍ତି ମିଳିବ। ତେଣୁ ତୃତୀୟ କିସ୍ତି ପୂର୍ବରୁ ଯେଉଁମାନେ ଯୋଗ୍ୟ ହିତାଧୀକାରୀ ଟଙ୍କା ପାଇନାହାନ୍ତି ସେମାନଙ୍କର ଭେରିଫିକେସନ୍ ହେବ।

ନ ହେଲେ ତୃତୀୟ କିସ୍ତି ମିଳିବା ବେଳକୁ ଟଙ୍କା ପାଇବାରେ ଅସୁବିଧା ହୋଇପାରେ। ସେଥିପାଇଁ ସୁଭଦ୍ରାକୁ ସହଜ ଲବ୍ଧ କରିବା ପାଇଁ ଯେଉଁସବୁ ରିଜେକ୍ସନ ଲିଷ୍ଟ ରହିଛି ତାର ସର୍ଭେ କରିବେ ସରକାର।

ରିଜେକ୍ସନ ଲିଷ୍ଟର ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ। ତୃତୀୟ କିସ୍ତି ପରେ ପୁଣି ଯେଉଁ ମାନଙ୍କର ୨୧ ବର୍ଷ ହୋଇଯାଇଥିବ, ଏବଂ ସେମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଯାଇଥିବେ, ସେମାନଙ୍କ ପାଇଁ ପୁଣି ସ୍ପେସିଆଲ ସୁଭଦ୍ରା ଓପନ ହେବ।