fbpx

(Video) ମିଳିବନି ସୁଭଦ୍ରା ଟଙ୍କା: ଏହି ସବୁ ପ୍ରମାଣ ପତ୍ର ନଥିଲେ ଯୋଜନାରୁ ବାଦ୍ ପଡ଼ିବେ ମହିଳା

AAKASH

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ସୁଭଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କର ଆର୍ଥିକ ବିକାଶ ହୋଇପାରିବ । ମାଗଣାରେ ଘରେ ବସି ପାଇବେ ସୁଭଦ୍ରା ଟଙ୍କା । କିନ୍ତୁ ଏହି ସବୁ ଟଙ୍କା ପାଇବାକୁ ହେଲେ କିଛିଟା ପ୍ରମାଣପତ୍ର ଥିବା ନିହାତି ଦରକାର । ଯଦି ପ୍ରମାଣ ପତ୍ର କି ଉପଯୁକ୍ତ ତଥ୍ୟ ନଥିବ ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇପାରନ୍ତି ଆପଣ । ତେଣୁ ରାଜ୍ୟରେ ଏହି ଯୋଜନା ଲାଗୁ ହେବା ପୂର୍ବରୁ ଆପଣ ମଧ୍ୟ ଏହିସବୁ ଡକ୍ୟୁମେଣ୍ଟ ପାଖରେ ରଖି ନିଅନ୍ତୁ । ତେବେ ଆସନ୍ତୁ ଜାଣିବା, କ’ଣ ଏହି ଡକ୍ୟୁମେଣ୍ଟ ସବୁ…

ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା । ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଉପଯୁକ୍ତ ହିତାଧିକାରୀ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି । ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ ସଶକ୍ତ ହୋଇପାରିବେ । ତେବେ ଯାହାକୁ ସେମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ । ଆଗାମୀ ୧୦୦ ଦିନ ମଧ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା କ୍ୟାସ ଭାଉଚର ମିଳିବ । ତେବେ କେମିତି ପାଇବେ ମହିଳା ମାନେ ସୁଭଦ୍ରା ଯୋଜନାରେ ୫୦ ହଜାରର ଭାଉଚର । ଏହି ଯୋଜନା କେବଳ ମହିଳା ମାନଙ୍କୁ ସଶକ୍ତ କରିବାକୁ କରାଯାଇଛି ।

କେବଳ ବିବାହିତ ମହିଳା ଏହି ଯୋଜନାର ହକଦାର ହୋଇପାରିବେ । ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଘର ଠିକଣାର ପ୍ରମାଣପତ୍ର, ମୋବାଇଲ ନମ୍ବର ପାସପୋର୍ଟ ସାଇଜ ଫଟୋ, ଇନକମ ସାର୍ଟିଫିକେଟ ଏବଂ ରାସନ କାର୍ଟ ଆଦି ଆବଶ୍ୟକ ରହିଛି । ଯଦି ଏହି ସବୁ ତଥ୍ୟ ଆପଣଙ୍କ ପାଖରେ ନାହିଁ ତାହେଲେ ଟଙ୍କା ମଧ୍ୟ ମିଳିପାରିବ ନାହିଁ । ଯୋଜନାର ଲାଭ ଉଠାଇବାକୁ ହେଲେ ସମୟ ପୂର୍ବରୁ ପ୍ରମାଣପତ୍ରକୁ ଠିକ କରିବାକୁ ପଡ଼ିବ । ତେବେ ଏହି ଯୋଜନା କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କୁ ମିଳିବ । ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାରେ ଲାଭ ମିଳିପାରିବ । ତେବେ ୨୩ ବର୍ଷ ବୟସରୁ ୫୯ ବର୍ଷର ମହିଳାମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ସେହିପରି ସରକାରୀ ଚାକିରି କରିଥିବା କୌଣସି ମହିଳା ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଯୋଜନା ଆରମ୍ଭ ହେବାର କିଛି ଦିନ ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଜେପି ସରକାର ତରଫରୁ କୁହାଯାଇଛି ।

Get real time updates directly on you device, subscribe now.