ସୁଭଦ୍ରା ଯୋଜନାରେ ପରିବର୍ତ୍ତନ, ମହିଳାଙ୍କୁ ମିଳିବ ୧୦ ହଜାର, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ- ଭାରତ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ମଧ୍ୟରେ ସୁଭଦ୍ରା ଯୋଜନା ଅନ୍ୟତମ । ଏହି ମହିଳା ସଶକ୍ତିକରଣ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବାକୁ ସରକାର ମହିଳାଙ୍କ ପାଇଁ ସ୍କିମ ଆଣୁଛନ୍ତି । ଓଡିଶାରେ ମଧ୍ୟ ସୁଭଦ୍ର ଯୋଜନା କାମ କରିବା ଆରମ୍ଭ କରିଛି । ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ବର୍ଷିକ ୧୦ ହଜାର ଟଙ୍କା ଦିଆଯିବ । ତେବେ ଓଡିଶାରେ କେଉଁ ମହିଳା ଏହି ଯୋଜନାର ସୁଫଳ ପାଇବେ, ଏଥିପାଇଁ କଣ ରହିଛି ଆବଶ୍ୟକତା ତାହା ଜାଣିବା ଆବଶ୍ୟକ ।

ଯେଉଁ ମହିଳାମାନେ ଓଡିଶାରେ ରହୁଥିବେ, ସେମାନେ ଏହି ଯୋଜନାର ସୁଫଳ ପାଇପାରିବେ । ଏଥିଲାଗି ମହିଳାଙ୍କ ବୟସ ୨୧ରୁ ୬୦ ବର୍ଷ ହୋଇଥିବା ଦରକାର । ଏଥିସହ ଯେଉଁ ପରିବାରର ବାର୍ଷିକ ଆୟ ୨.୫୦ ଲକ୍ଷ ଟଙ୍କାରୁ କମ ହୋଇଥିବ । ସେହିପରି ଯେଉଁ ମହିଳାଙ୍କ ପରିବାରର କୌଣସି ସଦସ୍ୟ ଆୟକର ପଇଠ କରୁଥିଲେ, ସେ ସୁଭଦ୍ର ଯୋଜନା ପାଇଁ ଅଯୋଗ୍ୟ ହେବେ । ତେବେ ଯଦି ଏ ଯାଏଁ ସୁଭଦ୍ର ଯୋଜନାରେ ନାମ ସାମିଲ କରି ନାହାନ୍ତି ତେବେ ସୁଭଦ୍ରାର ଅଫିସିଆଲ ପୋର୍ଟାଲ https://subhadra.odisha.gov.in/index.htmlରେ ଯାଇ ନିଜ ନାମ ପଞ୍ଜିକରଣ କରି ନିଅନ୍ତୁ ।

ଏଥିରେ ନିଜ ନାମ ସହ ପିତା ବା ସ୍ୱାମୀଙ୍କ ନାମ, ଆଧାର ନମ୍ବର, ବ୍ୟାଙ୍କ ଖାତାର ସବିଶେଷ ବିବରଣୀ ଦେବାକୁ ହେବ । ଏହା ପରେ ଇକେୱାଇସି କରିବାକୁ ହେବ । ଏସବୁ ସାରି ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ରହୁଥିବା ଘରର ପ୍ରମାଣପତ୍ର ପରି ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ ।

ଏହି ସବୁ କାମ ଆପଣଙ୍କ ପଟରୁ ସଠିକ ରୂପେ କରିବା ଦରକାର । ଏସବୁ ହେବା ପରେ ଆପଣଙ୍କ ଫର୍ମ ଯାଞ୍ଚକାରୀଙ୍କ ନିକଟରେ ପହଞ୍ଚିଯିବ । ସେମାନେ ସେସବୁକୁ ଯାଞ୍ଚ କରିବା ପରେ ଆପଣଙ୍କୁ ସୁଭଦ୍ରା ଡେବିଟ କାର୍ଡ ମିଳିବ ଓ ଆପଣଙ୍କ ଖାତାକୁ ଦୁଇଟି କିସ୍ତିରେ ବର୍ଷକୁ ଆସିବ ୧୦ ହଜାର ଟଙ୍କା ।