fbpx

(Video) ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍, ସୁଭଦ୍ରା ହିତାଧିକାରୀ ମରିଗଲେ କାହାକୁ ମିଳିବ ଟଙ୍କା? ଜାଣନ୍ତୁ

ଭୁବନେଶ୍ବର(ଓଡିଶା ଭାସ୍କର): ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ଯେ, ସୁଭଦ୍ରା ହିତାଧିକାରୀ ମରିଗଲେ କାହାକୁ ମିଳିବ ଟଙ୍କା । ତେବେ ଆକସ୍ମିକ ମୃତ୍ୟୁ ହେଲେ ଟଙ୍କା କାହାକୁ ମିଳିବ । ଜଣେ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବା ପରେ ପରବର୍ତ୍ତି ସମୟରେ ତାଙ୍କର ମୃତ୍ୟୁ ହୋଇଗଲେ, କାହାକୁ ମଧ୍ୟ ଟଙ୍କା ମିଳିବ ନାହିଁ । ଉକ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାହାର କରାଯିବ । ନିୟମ ମୁତାବକ ସୁଭଦ୍ରା ଟଙ୍କା ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମଧ୍ୟ ମିଳିବ ନାହିଁ ।

ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଖିଲା । ପ୍ରତ୍ୟେକ ମହିଳା 5 ହଜାର ଟଙ୍କା ପାଇଥିଲେ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ 40 ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଟଙ୍କା ମିଳିବ । ତେବେ ଏହି ଯୋଜନାରେ ଯେଉଁମାନେ ସରକାରୀ ଚାକିରିଆ ରହିଛନ୍ତି, ସେମାନଙ୍କୁ ଟଙ୍କା ମିଳିପାରିବ ନାହିଁ । ଅନ୍ୟପଟେ ଯେଉଁମାନେ ମାସକୁ 15 ଶହ ଏବଂ ବାର୍ଷିକ 18ହଜାର ଟଙ୍କା ପାଉଛନ୍ତି ସେମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । ଅନ୍ୟପଟେ ଆୟକରଦାତା, ପେନସନ ପାଉଥିବା ବ୍ୟକ୍ତି କିମ୍ବା ପୂର୍ବତନ ମନ୍ତ୍ରୀଙ୍କ ପରିବାରକୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ ।

Get real time updates directly on you device, subscribe now.