fbpx

(Video) ଫ୍ଲପ୍ ଶୋ’ ପାଇଁ ଦଳରୁ ବାଦ୍ ପଡ଼ିବେ ଶୁଭମନ ଗିଲ୍! ଏହି ଖେଳାଳିଙ୍କୁ ମିଳିବ ସୁଯୋଗ…

Advertisement

ନୂଆଦିଲ୍ଲୀ: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଟେଷ୍ଟ ଜିତି ଇତିହାସ ସୃଷ୍ଟି କରିଛି । କିନ୍ତୁ ଦଳରେ ସବୁଠୁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ମଧ୍ୟକ୍ରମ ବ୍ୟାଟିଂ । ମିଡିଲ ଅର୍ଡରରେ କୌଣସି ଖେଳାଳି ବଡ଼ ପାଳି େଖେଳିବାରେ ସାମଥ୍ୟ ହୋଇ ପାରିନାହାନ୍ତି । ବିଶେଷ କରି ଶୁଭମନ ଗିଲ ଆଶା ଅନୁସାରେ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ତେଣୁ ଆଗାମୀ ସିରିଜରେ ଭାରତ ମଧ୍ୟକ୍ରମ ବ୍ୟାଟିଂ ଅର୍ଡରରେ ବଡ଼ ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଛି । ତେବେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଶୁଭମନ ଗିଲଙ୍କ ସ୍ଥାନ ଏବେ ବିପଦରେ ପଡ଼ିଯାଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ ମ୍ୟାଚରେ ଗିଲ୍ ଫେଲ ମାରିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ ଇଣ୍ଡିଆ । ତେବେ ଏହି ସ୍ଥାନ ହାସଲ କରିବା ପାଇଁ ଭାରତର ମହାନ୍ କ୍ରିକେଟର ଏବେ ପ୍ରସ୍ତୁତ ଥିବା ଅନୁମାନ କରାଯାଉଛି । ଘରୋଇ କ୍ରିକେଟର ପ୍ରଥମ ମ୍ୟାଚରେ ଶତକ ହାସଲ କରି ଏଥିପାଇଁ ରଣହୁଙ୍କାର ଦେଇଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ଖରାପ ଫର୍ମ ପାଇଁ ଦଳରୁ ବାଦ୍ ପଡ଼ିଥିବା ବେଳେ ଏବେ ରଣଜୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ସେ ଶତକ ହାସଲ କରିଛନ୍ତି । ତେଣୁ ତାଙ୍କୁ ପୁଣିଥରେ ଦଳରେ ସାମିଲ କରିବା ନେଇ ଚିନ୍ତା କରିପାରେ ବିସିସିଆଇ ।

ଭାରତୀୟ ଦଳରେ ପୂଜାରାଙ୍କ ସ୍ଥାନ ନେଇଥିବା ଶୁଭମନ ଗିଲ ଫ୍ଲପ ହେଉଥିବା ବେଳେ ପୂଜାରା ରଣଜୀ ମ୍ୟାଚରେ ଦମଦାର କମବ୍ୟାକ କରିଛନ୍ତି । ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚରେ ପୂଜାରାଙ୍କୁ ତାଙ୍କ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚରେ ହିଁ ଶତକ ଅର୍ଜନ କରି ଟିମ ଇଣ୍ଡିଆରେ ପ୍ରବେଶ କରିବା ପାଇଁ ନିଜ ଦାବିଦାର ପ୍ରମାଣ କରିଛନ୍ତି ଚେତେଶ୍ୱର ପୂଜାରା । ରଣଜୀ ଟ୍ରଫିର ନୂଆ ସିଜିନର ପ୍ରଥମ ମ୍ୟାଚରେ ଝାଡ଼ଖଣ୍ଡ ବିପକ୍ଷ ଦ୍ୱିତୀୟ ଦିନରେ ଚେତେଶ୍ୱର ପୂଜାରା ୧୬୨ ବଲରୁ ଏକ ଦମଦାର ଶତକ ହାସଲ କରିଛନ୍ତି ।

Get real time updates directly on you device, subscribe now.