fbpx

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମାଲକାନଗିରି ଜିଲ୍ଲା ଗସ୍ତ

ମାଲକାନଗିରି ,୨୦/୦୧.- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ପ୍ରଥମେ ଚିତ୍ରକୋଣ୍ଡା ଗସ୍ତ କରି ସେଠାକାର ଉଦ୍ୟାନ ବିଭାଗର ଫାର୍ମ ହାଉସ ପରିଦର୍ଶନ କରି ମାଣ୍ଡିଆ ଚାଷ ପରିଦର୍ଶନ କରିଥିଲେ । ପରେ ଏକ ବୈଠକରେ ଯୋଗ ଦେଇ ଚାଷୀ , ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେଠାରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରି ଦୁର୍ଘଟଣା ଚିକିତ୍ସା ବିଭାଗ ଓ ଅନ୍ୟ ବିଭାଗ ପରିଦର୍ଶନ କରି ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ । ପରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଦକ୍ଷତା ବିକାଶ ଓ କୃଷି ଏହି ୨ ଟି ବିଭାଗର ସମୟରେ କାର୍ଯ୍ୟ ଆରମ୍ଭ ପାଇଁ ପ୍ରୟାସ ଆରମ୍ଭ କରିବୁ । କରୋନା ଧିରେ ଧିରେ ହଟିଗଲାଣି । ତେଣୁ ବର୍ତମାନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଜୀବନ ଯାତ୍ରାକୁ ସ୍ବାଭାବିକ ଆଡ଼କୁ ଆଣିବାକୁ ମନ ଦେବାକୁ ପଡ଼ିବ । ଦକ୍ଷତା ବିକାଶ ଓ କୃଷିକୁ ଏକାଠି କରି ମାଲକାନଗିରି ଜିଲ୍ଲାରୁ କାର୍ଯ୍ୟ ଆରମ୍ଭ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଚିତ୍ରକୋଣ୍ଡାରେ ଏକ ସେଟର ଅଫ ଏକ୍ସିଲେନ୍ସ ନିର୍ମାଣ କରିବାକୁ ଚେଷ୍ଟା ଚାଲିଛି ଓ ଏଥିପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି ଏଥିପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସେଣ୍ଟର ଅଫ ଏକ୍ସିଲେନସ ପ୍ରତିଷ୍ଠା କରି ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବାଗଚୀ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ପ୍ରମୁଖ ଡ଼ଃ ସୌରଭ ଗର୍ଜ ଓ ବୈଷୟିକ ଶିକ୍ଷା ର ନିର୍ଦ୍ଦେଶକ ରଘୁଜି ଯୋଗଦେଇ ଥିଲେ ।

Get real time updates directly on you device, subscribe now.