fbpx

ଆୟୁର୍ବେଦରୁ ମିଳିଲା ସାଇଟିକାର ସଫଳ ଚିକିତ୍ସା ପଦ୍ଧତି; କରନ୍ତୁ ଏହି ପତ୍ରର ସେବନ….

ଓଡ଼ିଶା ଭାସ୍କର: ହାଡ଼ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମକୁ ଠିଆ ହେବାଠୁ ନେଇ ସବୁ କାର୍ଯ୍ୟ କରିବାକୁ ହାଡ଼ ସାହାଯ୍ୟ କରିଥାଏ । ହାଡ଼ ସାଧାରଣତଃ କ୍ରମାଗତ ଭାବରେ ନଷ୍ଟ ହେବା ଏବଂ ଗଠନ ହେବାରେ ଲାଗିଥାଏ । ଯେତେବେଳେ ଆମ ଶରୀରର ବୃଦ୍ଧି ଘଟେ, ସେତେବେଳେ ହାଡ଼ ଗଠନ ପ୍ରକ୍ରିୟା ଦ୍ରୁତ ହୁଏ, କିନ୍ତୁ ବୟସ ବଢ଼ିବା ସହିତ ଏହି ପ୍ରକ୍ରିୟା ମନ୍ଥର ହୋଇଯାଏ । ଏହି କାରଣରୁ ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳ ହେବା ଆରମ୍ଭ ହୋଇଥାଏ। ହାଡ଼କୁ ମଜବୁତ କରିବା ପାଇଁ ଆମକୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଏମିତି କିଛି ଜିନିଷ ଅଛି ଯାହା ହାଡ଼କୁ ଦୁର୍ବଳ କରିଥାଏ । ଏବଂ ସାଇଟିକା ଭଳି ରୋଗ ସୃଷ୍ଟି ହୋଇଥାଏ।

ସାଇଟିକାର ଲକ୍ଷଣ- ଗୋଟିଏ ଗୋଡର ଆଙ୍ଗୁଠିରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣାକୁ ସାଇଟିକା କୁହାଯାଏ । ଅଧିକାଂଶ ସମୟରେ ଆଙ୍ଗୁଠିରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ହୋଇଥାଏ ଯାହା କ୍ରମାଗତ ଭାବରେ ହୋଇଥାଏ । ଏହାର ମୁଖ୍ୟ ଲକ୍ଷଣ ହେଉଛି ଯନ୍ତ୍ରଣା କେବଳ ଗୋଟିଏ ଗୋଡରେ ହୋଇଥାଏ । ଯନ୍ତ୍ରଣା ଏତେ ଭୟଙ୍କର ଯେ ରୋଗୀ ଶୋଇପାରେ ନାହିଁ।

ଉପଚାର- ନଷ୍ଟ ହୋଇନଥିବା ୧୦-୧୫ଟି ଗଙ୍ଗ ଶିଉଳି ପତ୍ରକୁ ତୋଳି ନିଅନ୍ତୁ। ପତ୍ରଗୁଡ଼ିକୁ ଧୋଇ ଗ୍ରାଇଣ୍ଡର କିମ୍ବା ଅନ୍ୟ କୌଣସି ଉପାୟରେ ବାଟି ଦିଅନ୍ତୁ। କମ୍ ଆଞ୍ଚରେ ୨ କପ୍ ପାଣିରେ ଫୁଟାନ୍ତୁ। ଚା’ ଭଳି ପ୍ରସ୍ତୁତ କରନ୍ତୁ। ଏହାକୁ ଚା’ଭଳି ଗରମ ଗରମ ପିଅନ୍ତୁ। ପ୍ରଥମ ଥରରେ ୧୦% ଲାଭ ହେବ। ଦିନକୁ ୨ ଥର ପିଅନ୍ତୁ। ଗଙ୍ଗ ଶିଉଳି ପତ୍ରର କାଢ଼ା ପିଇବା ପୂର୍ବରୁ ଓ ପରେ ୧୫ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ପାଣି ପିଅନ୍ତୁ ନାହିଁ। କୌଣସି ଖଟା ଜିନିଷ ଯେପରିକି- ଦହି, ଲସ୍ସି ଓ ଆଚାର ଖାଆନ୍ତୁ ନାହିଁ।

ବି.ଦ୍ର.- ଏହା ହେଉଛି ଏକ ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଏହାର କୌଣସି ସାଇଡ୍ ଇଫେକ୍ଟ୍ ନାହିଁ। ଯଦି ଶରୀରରେ ଅନ୍ୟ କିଛି ସମସ୍ୟା ଥାଏ ତେବେ ଏହି ଉପଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ। 

 

Get real time updates directly on you device, subscribe now.