fbpx

ଏଭଳି ସ୍ୱପ୍ନ ଶୁଭ ସମୟର ଦେଇଥା’ନ୍ତି ସଂକେତ, ଅନ୍ୟ ସହ ଭୁଲରେ ବି ଶେୟାର କରନ୍ତୁ ନାହିଁ ନଚେତ ବୃଦ୍ଧି ପାଇଥାଏ ସମସ୍ୟା

Advertisement

ଓଡ଼ିଶା ଭାସ୍କର: ଆମେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ । କିଛି ସ୍ୱପ୍ନ ଭଲ ତ ଆଉ କିଛି ଖରାପ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନ ପଛରେ କିଛି ନି କିଛି ଅର୍ଥ ଲୁଚି ରହିଥାଏ । ଏହା ଆମକୁ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ । କୁହାଯାଏ ଯେଉଁ ସ୍ୱପ୍ନ ଶୁଭ ସଂକେତ ଦେଇଥାଏ ତାକୁ କାହା ସହ ଶେୟାର କରିବା ଉଚିତ ନୁହେଁ । ଏପରି କଲେ ଆପଣ ଦେଖିଥିବା ସ୍ୱପ୍ନ କେବେ ପୂରା ହୋଇନଥାଏ । ଏହା ଦ୍ୱାରା ଅନିଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ସ୍ୱପ୍ନ ଅନ୍ୟ ସହ ଶେୟାର କରିବା ଉଚିତ ନୁହେଁ ।

୧. ସୁନା ଚାନ୍ଦିରେ ଭରା କଳସ: ସ୍ୱପ୍ନରେ ସୁନା ଚାନ୍ଦିରେ ଭରା କଳସ ଦେଖିବା ଶୁଭ ସଂକେତ ଅଟେ । ଏହା ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦର୍ଶାଇଥାଏ । ମାତା ଲକ୍ଷ୍ମୀଙ୍କ କୃପାରୁ ଏଭଳି ସ୍ୱପ୍ନ ଦେଖିଥାଉ ଏବଂ ଅନ୍ୟକୁ ଏ ବିଷୟରେ କହିଲେ ମାତା ଲକ୍ଷ୍ମୀ ଫେରି ଯାଇଥାଆନ୍ତି । ଏହା ବ୍ୟତୀତ ଦୃଷ୍ଟି ଦୋଷର ପ୍ରଭାବ ମଧ୍ୟ ପଡ଼ିଥାଏ ।

୨. ନିଜ ମୃତ୍ୟୁ ଦେଖିବା: ବ୍ୟକ୍ତି ଜଣଙ୍କ ସ୍ୱପ୍ନରେ ନିଜ ମୃତ୍ୟୁ କିମ୍ବା କୌଣସି ପ୍ରିୟଜନଙ୍କ ମୃତ୍ୟୁ ଦେଖିଥିଲେ କାହାକୁ ଏ ବିଷୟରେ କୁହନ୍ତୁ ନାହିଁ । ସ୍ୱପ୍ନ ଶାସ୍ତ୍ରରେ ଦର୍ଶାଯାଇଛି ଯେ ଏଭଳି ସ୍ୱପ୍ନ ଦେଖିବା ଜୀବନରେ ଦେଖାଦେଇଥିବା ଦୁଃଖ କଷ୍ଟ ଦୂର ହେବାର ସଂକେତ । ଆପଣଙ୍କୁ ନିକଟ ଭବିଷ୍ୟତରେ ଶୀଘ୍ର ସୁଖ ପ୍ରପ୍ତି ହେବ । ଏଭଳି ସ୍ୱପ୍ନ କାହା ସହ ଶେୟାର କଲେ ଆପଣଙ୍କୁ ଖୁସିକୁ ନଜର ଲାଗିଥାଏ ।

୩. ସ୍ୱପ୍ନରେ ଫୁଲ ବଗିଚା ଦେଖିବା: ସ୍ୱପ୍ନରେ ବ୍ୟକ୍ତି ଫୁଲ ବଗିଚା ଦେଖିଲେ ଭାବିବେ ଆପଣଙ୍କୁ ଶୀଘ୍ର କୌଣସି ଶୁଭ ଖବର ମିଳିପାରେ । ଏହା ଭବିଷ୍ୟତରେ ଆର୍ଥିକ ଲାଭକୁ ସୂଚାଇଥାଏ । ଏଭଳି ସ୍ୱପ୍ନକୁ କେବେ ଅନ୍ୟ ସହ ଶେୟାର କରନ୍ତୁ ନାହିଁ ନଚେତ୍ ସୁଫଳ ମିଳିନଥାଏ ।

୪. ଭଗବାନର ସ୍ୱପ୍ନ ଦେଖିବା: ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ଶୁଭ ସଂକେତ ଅଟେ । ଜୀବନରେ ଦେଖାଦେଉଥିବା ସମସ୍ୟା ଶୀଘ୍ର ଦୂର ହେବା ସହ ଚାକିରି ସମ୍ବନ୍ଧୀୟ ଶୁଭ ଖବର ମିଳିବାର ସଂକେତ ଦେଇଥାଏ ।

Get real time updates directly on you device, subscribe now.