ସୁନ୍ଦର ଦେଖାଯିବାର ନିଶା କରିଦେଲା କାଙ୍ଗାଳ, 46 ଲକ୍ଷ ଟଙ୍କା ଖର୍ଚ୍ଚ ସହ ରୋଗକୁ କଲେ ଆମନ୍ତ୍ରଣ
ସୁନ୍ଦର ଦେଖାଯିବା ପାଇଁ ଖର୍ଚ୍ଚ କରିଦେଲେ 46 ଲକ୍ଷ ଟଙ୍କା, ପରେ କଲେ ଅନୁତାପ
ଓଡିଶା ଭାସ୍କର: ସୁନ୍ଦର ଦେଖାଯିବା ପାଇଁ ଖର୍ଚ୍ଚ କରିଦେଲେ 46 ଲକ୍ଷ ଟଙ୍କା। ସାଧାରଣତଃ ଯୁବପିଢ଼ି ନିଜ ପସନ୍ଦର ସେଲିବ୍ରିଟିମାନଙ୍କୁ ଦେଖି ସେମାନଙ୍କ ପରି ସୁନ୍ଦର ଦେଖାଯିବା ପାଇଁ ଇଛା କରନ୍ତି। କିନ୍ତୁ ତାହା ସେମାନଙ୍କ ପାଖରେ ସମ୍ଭବ ହୋଇଥାଏ ଯାହା ପାଖେ ଟଙ୍କା ଥାଏ।ସେହିପରି ଅଷ୍ଟ୍ରେଲିଆର ଜଣେ ଝିଅ ନିଜକୁ ସୁନ୍ଦର କରିବା ପାଇଁ ଅସ୍ତ୍ରୋପଚାରରେ ନିଜ ଉପରେ ଖର୍ଚ୍ଚ କରିଥିଲେ 46 ଲକ୍ଷ ଟଙ୍କା।
ଅଷ୍ଟ୍ରେଲିଆର 26 ବର୍ଷୀୟା ଟିଲି ହ୍ୱିଟଫିଲ୍ଡ ଏପର୍ଯ୍ୟନ୍ତ ପ୍ରାୟ 46 ଲକ୍ଷ ଟଙ୍କା ସୁନ୍ଦର ଦେଖାଯିବା ପାଇଁ ଖର୍ଚ୍ଚ କରିସାରିଛନ୍ତି, ଏବଂ ଯାହାପାଇଁ ସେ ଏବେ ଅନୁତାପ ମଧ୍ୟ କରୁଛନ୍ତି।
ବ୍ରେଷ୍ଟ ଈଂପ୍ଲାଣ୍ଟ ସର୍ଜରୀ: ଟିଲିଙ୍କର ପ୍ରଥମ କସମେଟିକ୍ ସର୍ଜରୀ ଥିଲା ବ୍ରେଷ୍ଟ ଈଂପ୍ଲାଣ୍ଟ। ସେ ଭାବିଥିଲେ ଯେ, ଏହା ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ କିନ୍ତୁ ଏହାଦ୍ୱାରା ତାଙ୍କର ପିଠି ଯନ୍ତ୍ରଣା, ଚର୍ମ ଫୋଡ଼ି ଫୋଡି ଲାଗିବା, ଓଜନ ବୃଦ୍ଧି ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଲା।
ସେ ତାଙ୍କର ଦାନ୍ତ ପାଇଁ ମଧ୍ୟ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଏବେ ତାଙ୍କୁ ପ୍ରତିଦିନ ମାଢ଼ିରୁ ରକ୍ତସ୍ରାବ ଭଳି ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡୁଛି।
ଟିଲି, ଇଣ୍ଟରନେଟରେ ଭାଇରାଲ DIY ଟ୍ରେଣ୍ଡକୁ ଅନୁସରଣ କରି ତାଙ୍କ ମୁହଁରେ ଫ୍ରେକଲ୍ସ, ଆଇବ୍ରୋ ଏବଂ ଓଠ ଟାଟୁ କରିଥିଲେ, କିନ୍ତୁ ସେ ଏବେ ଏହି ନିଷ୍ପତ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ ପାଗଳାମି ବୋଲି କହୁଛନ୍ତି। ଟାଟୁ ପାଇଁ ତାଙ୍କ ଚର୍ମରେ କ୍ଷତ ଚିହ୍ନ, ଛୋଟ ଛୋଟ ଗାତ ସୃଷ୍ଟି ହୋଇଛି।
କେବଳ ସେତିକି ନୁହେଁ, ଟିଲି ବର୍ଷ ବର୍ଷ ଧରି ହେୟାର ଏକ୍ସଟେନସନ ମଧ୍ୟ ବ୍ୟବହାର କରୁଥିଲେ, ଯାହା ଫଳରେ ତାଙ୍କର ପ୍ରକୃତ କେଶ ଦୁର୍ବଳ ଏବଂ ପତଳା ହୋଇଗଲା। ଆଜି ଟିଲି ଏକ YouTube ଚ୍ୟାନେଲର ହୋଷ୍ଟ ଏବଂ ଜଣେ ଶିକ୍ଷକ ହେବା ପାଇଁ ପଢ଼ୁଛନ୍ତି।
ସେ ସୋସିଆଲ ମିଡିଆରେ “Things I Regret Doing to My Body” ନାମକ ଏକ ଭିଡିଓ ସିରିଜ୍ ଆରମ୍ଭ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ସହିତ ହୋଇଥିବା ଘଟଣା ସହିତ ଯୋଡୁଛି।