fbpx

ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା କରିବେ । ଆଜି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ତେବେ ଚଳିତ ବର୍ଷ ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି । ଏଥର ମହାପ୍ରଭୁ ବଡ଼ଦାଣ୍ଡରେ ଯିବାବେଳେ ତାଙ୍କୁ ଆଉ ଚାହିଁବାକୁ କେହି ରହିବେନି । କାରଣ ଭକ୍ତମାନଙ୍କୁ ବଡ଼ଦାଣ୍ଡ ମନା । ଭକ୍ତମାନେ ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ତେବେ ଆଜି ପ୍ରଥମେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ କରିଛନ୍ତି । ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିବା ଜଣାପଡ଼ିଛି । କୋଭିଡ୍ ନିୟମାନୁସାରେ, ରଥଖଳାରୁ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ୱଜ ରଥକୁ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟକୁ ସେବାୟତମାନେ ଟାଣି ଟାଣି ଆଣିଥିଲେ ।

Get real time updates directly on you device, subscribe now.