fbpx

Swiggy Boyଙ୍କୁ ବିଶ୍ୱକପ ଦଳରେ ଅଚାନକ ଏଣ୍ଟ୍ରି: ବୋଲିଂରେ କରିବେ କମାଲ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏଥିପାଇଁ ପ୍ରତ୍ୟେକ ଦେଶ ନିଜ ଚୁଡ଼ାନ୍ତ ଦଳ ଘୋଷଣା କରିସାରିଛି । ତେବେ ଏହାମଧ୍ୟରେ ଜଣେ ବୋଲରଙ୍କୁ ନେଇ କୁବ ଚର୍ଚ୍ଚା ଜୋର ଧରିଛି । ଏହି ବିଶ୍ୱକପ ଦଳରେ ଭାରତର ଜଣେ ସ୍ୱିଗି ବୟଙ୍କୁ ମିଳିଛି ସୁଯୋଗ । କିଛି ଦିନ ପୂର୍ବରୁ ଭାରତରେ ସ୍ୱିଗି ଡେଲିଭରୀ କରୁଥିବା ଜଣେ ଯୁବକ ବର୍ତ୍ତମାନ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି । ଏବେ ଖାଇବା ନୁହେଁ ସ୍ପିନ ବଲ୍ ଡେଲିଭର କରିବେ ଏହି ଷ୍ଟାର ବୋଲର ଲୋକେଶ କୁମାର ।

ଚେନ୍ନାଇର ଲୋକେଶ କୁମାର ଜଣେ ସ୍ୱିଗି ଡେଲିଭରୀ ବୟ ଭାବରେ କାର୍ଯ୍ୟ କରନ୍ତି । କିନ୍ତୁ ହଠାତ୍ ବିଶ୍ୱକପ ପୂର୍ବରୁ ଦଳରେ ସାମିଲ ହେବା ପାଇଁ ତାଙ୍କୁ ଡାକରା ଆସିଛି । ତେବେ ବିଶ୍ୱକପରେ ସେ ଭାରତ ପାଇଁ ନୁହେଁ ଭାରତ ବିପକ୍ଷରେ ଅନ୍ୟ ଏକ ଦେଶ ପାଇଁ ସେ ସୁଯୋଗ ପାଇଛନ୍ତି । ଚଳିତବର୍ଷ ଦିନିକିଆ ବିଶ୍ୱକପରେ ନେଦରଲାଣ୍ଡ ପାଇଁ ନେଟ୍ ବୋଲର ଭାବରେ ଦଳରେ ସ୍ଥାନ ପାଇଛନ୍ତି ଲୋକେଶ । ଭାରତର ପିଚ୍ ବିଶେଷ କରି ସ୍ପିନ ବୋଲରଙ୍କୁ ସୁାଇବା ଭଳି ହୋଇଥାଏ । ତେଣୁ ସମସ୍ତ ଦେଶ ନିଜ ଦଳରେ ସ୍ପିନ ବୋଲରଙ୍କୁ ଗୁରୁତ୍ୱ ଦେଇଛନ୍ତି । ନେଦରଲାଣ୍ଡକୁ ଅଭ୍ୟାସ ସମୟରେ ସେହିଭଳି ଜଣେ ସ୍ପିନ ବୋଲରଙ୍କ ଆବଶ୍ୟକ ରହିଥିଲା । ନେଦରଲାଣ୍ଡରେ ନେଟ ବୋଲର ଭାବରେ ସାମିଲ ହେବା ପାଇଁ ୧୦ ହଜାର ଖେଳାଳି ଆବେଦନ କରିଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ବାମହାତୀ ଚାଇନାମ୍ୟାନ୍ ବୋଲର ଲୋକେଶ । ତାଙ୍କ ଭିଡିଓ ନେଦରଲାଣ୍ଡ ଟିମ ମ୍ୟାନେଜମେଣ୍ଟକୁ ଖୁବ ପସନ୍ଦ ଆସିଥିଲା । ତେଣୁ ଦଳ ଲୋକେଶଙ୍କୁ ନେଟ ବୋଲର ଭାବରେ ବିଶ୍ୱକପରେ ସାମିଲ କରିଛି ।

ବର୍ତ୍ତମାନ ଲୋକେଶ ନେଦରଲାଣ୍ଡର ସମସ୍ତ ଖେଳାଳିଙ୍କୁ ନେଟ୍ସରେ ଅଭ୍ୟାସ କରାଇବେ । ତେବେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟରେ ଅତିଥି ଦଳ ପାଇଁ ପ୍ରମୁଖ ଅଂଶ ଭାବରେ ସାମିଲ ହୋଇ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ଲୋକେଶ । ନେଦରଲାଣ୍ଡ ଦଳ ସହ ସାମିଲ ହେବା ଏକ ଗୌରବର ମୁହୂର୍ତ୍ତ । ତାମିଲନାଡୁରେ ଥାର୍ଡ ଡିଭିଜନ ମ୍ୟାଚ ଖେଳିନଥିବା ଲୋକେଶ ଆଜି ବିଶ୍ୱକପ ଇଭେଣ୍ଟରେ ନେଦରଲାଣ୍ଡ ଦଳରେ ସାମିଲ ହୋଇଛନ୍ତି । ଏହି ବିଶ୍ୱକପ ଏବଂ ନେଟ୍ସରେ ତାଙ୍କ ପ୍ରଦର୍ଶନ ଲୋକେଶଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଦେଇପାରେ । ଲୋକେଶଙ୍କର ପ୍ରଦର୍ଶନ ଦେଖି ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ଲୋକେଶଙ୍କୁ ଡାକରା ଆସିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.