ଇଏ କିପରି ସମ୍ଭବ…ହଠାତ୍ ଚନ୍ଦା ହୋଇଗଲେ ପୁରା ଗ୍ରାମର ଲୋକେ, ପ୍ରଶାସନ ବି ଛାନିଆ

ମହାରାଷ୍ଟ୍ର ବୁଲଦାନା ଜିଲ୍ଲାର ଏକ ଗ୍ରାମରେ ହଠାତ୍ ଚନ୍ଦା ହୋଇଗଲେ ଲୋକେ । କାରଣ ଖୋଜୁଛି ପ୍ରଶାସନ ।

ନୂଆଦିଲ୍ଲୀ: ହଠାତ୍ ଚନ୍ଦା ହୋଇଗଲ ପୁରା ଗ୍ରାମବାସୀ । ମହାରାଷ୍ଟ୍ରର ବୁଲଦାନାରୁ ସାମ୍ନାକୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ଏହାକୁ ନେଇ ଗ୍ରାମବାସୀ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି ।

ଚିନ୍ତାରେ ପ୍ରଶାସନ:   ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଚୁଟି ଝଡିବା ଏକ ପ୍ରମୁଖ କାରଣ ସାଜିଛି । ମହିଳା ପୁରୁଷ ଉଭୟେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୁଲଡାନା ଗ୍ରାମବାସୀଙ୍କର ପ୍ରଥମେ ଚୁଟି ଝଡିଥିବା ବେଳେ ହଠାତ୍ ପୁରା ଗାଁର ଲୋକେ ଚନ୍ଦା ହୋଇଯାଇଥିଲେ ।

ହଠାତ୍ ପୁରା ଗ୍ରାମବାସୀ ଚନ୍ଦା ହେବାକୁ ନେଉ ସ୍ଥାନୀୟ ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଯାଇଥିଲା । ଏହାପରେ ସେହି ଗ୍ରାମକୁ ସପ୍ଲାଇ କରାଯାଉଥିବା ପାଣିକୁ ଟେଷ୍ଟିଂ କରାଯାଇଥିଲା ।

ଗ୍ରାମର କରାଗଲା ପାଣି ଟେଷ୍ଟିଂ-   ଖବର ପ୍ରସାରିତ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ମଧ୍ୟ ଗ୍ରାମରେ ପହଞ୍ଚି ସର୍ଭେ ଆରମ୍ଭ କରିଥିଲା । ପ୍ରଭାବିତ ଲୋକଙ୍କୁ ଚିକିତ୍ସା ଏବଂ ଉପଚାର ପ୍ରଦାନ କରାଯାଇଥିଲା ।

ତେବେ କେଉଁ କାର ପାଇଁ ହଠାତ୍ ସମସ୍ତେ ଚନ୍ଦା ହୋଇଗଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ କରାଯାଇ ନଥିବା ବେଳେ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି ।