Breaking: ରାଜଧାନୀରେ କୁଆପଥର ବର୍ଷା ଆରମ୍ଭ, କାଳବୈଶାଖୀ ପ୍ରଭାବ

ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଆରମ୍ଭ। ବହିଲାଣି ପବନ। ମାରିଲାଣି ବିଜୁଳି ଘଡ଼ଘଡ଼ି।

ଭୁବନେଶ୍ୱର: ହଠାତ୍ ବଦଳିଗଲା ପାଗ। ଘୋଟି ଆସିଲା କଳାହାଣ୍ଡିଆ ମେଘ। କଳାହାଣ୍ଡିଆ ମେଘରେ ଘୋଡ଼ାଇ ହୋଇଗଲା ଆକାଶ। ବହିବାକୁ ଲାଗିଲା ପବନ। ଚାରିଆଡେ ହୋଇଗଲା ଅନ୍ଧକାର।

ରାଜଧାନୀ ଭୁବନେଶ୍ୱର କଳାହାଣ୍ଡିଆ ମେଘରେ ହୋଇଗଲା ଅନ୍ଧାର। କିଛି ସମୟ ପୂର୍ବରୁ ପ୍ରଚଣ୍ଡ ଖରାରେ ସିଝୁଥିଲା। ଆଉ ଏବେ କୁଆପଥର ବର୍ଷା ସାଙ୍ଗକୁ ପବନ, ଘଡ଼ଘଡ଼ି ଆରମ୍ଭ ହୋଇଗଲା।

ପୂର୍ବରୁ କାଳବୈଶାଖୀ ବର୍ଷା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ୪ରୁ୫ ଦିନ କାଳବୈଶାଖୀ ବର୍ଷା ସହ ପବନ, ଘ଼ଡ଼ଘଡ଼ି ସହ କୁଆପଥର ମାଡ଼ ହେବା ନେଇ ଆକଳନ କରିଥିଲା।

ଯାହା ଏବେ ସତ ହେଉଛି। ହଠାତ୍ ରାଜଧାନୀ ଭୁବନେଶ୍ୱରରେ ବଦଳିଯାଇଛି ପାଗର ମିଜାଜ। ଆରମ୍ଭ ହୋଇଯାଇଛି ବର୍ଷା ସାଙ୍ଗକୁ ପବନ। କେବଳ ଭୁବନେଶ୍ୱର ନିହେଁ କଟକରେ ମଧ୍ୟ କାଳବୈଶାଖୀ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଏବେ ଭୁବନେଶ୍ୱରରେ ଯେଉଁଭଳି କଳାହାଣ୍ଡିଆ ମେଘ ଘୋଟି ଆସିଛି। ଅନୁମାନ କରାଯାଉଛି ବର୍ଷାର ପରିମାଣ କିପରି ରହିବ। ଆକାଶ ପୁରା ପୁରି ମେଘରେ ଘୋଡ଼ାଇ ହୋଇଯାଇଛି। ପାଗର ମିଜାଜ ମଧ୍ୟ ବଦଳିଯାଇଛି।

ପବନ ବର୍ଷା ପ୍ରବଳ ମାତ୍ରାରେ ହବାର ମଧ୍ୟ ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଟ୍ୱିନ୍ ସିଟିକୁ ବର୍ଷା ଆଲର୍ଟ କରାଯାଇଛି। ୪୦ରୁ ୫୦ କିମି ଯାଏଁ ପବନ ବହିବା ସମ୍ଭାବନା ରହିଛି।