fbpx

ରାଜଧାନୀର ରାସ୍ତାରେ ହେଲା ଅଗ୍ନିବର୍ଷା: ଡିଟିସି ବସରେ ଅଚାନକ ଲାଗିଗଲା ନିଆଁ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଏବଂ ଛାତିଥରା ଦୃଶ୍ୟ । ରାସ୍ତାରେ ଯାଉଥିବା ସମୟରେ ଅଚାନକ ଏକ ବସରେ ନିଆଁ ଲାଗିଯାଇଥିବା ଏହି ଭିଡିଓରେ ଦେଖାଯାଇଛି । ଘଟଣା ସମ୍ପର୍କରେ କେହି କିଛି ବୁଜିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଯାଇଥିଲା । ତେବେ ଦୁର୍ଘଟରାରେ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ ।

ଦିଲ୍ଲୀର ମହିପାଲପୁର ଅଞ୍ଚଳରେ ଆଜି ଏକ ହୃଦୟଥରା ଘଟରା ଦେଖିବାକୁ ମିଳିଛି । ୫୩୪ ନମ୍ବର ରୁଟରେ ଯାଉଥିବା ଡିଟିସିର ଏକ ଏସି ବସରେ ଅଚାନକ ନିଆଁ ଲାଗିଯାଇଛି । କେହି କିଛି କରିବା କି ଚିନ୍ତା କରିବା ପୂର୍ବରୁ ବସରେ ନିଆଁ ବ୍ୟାପି ଯାଇଥିଲା । ତେବେ ନିଆଁର ଧାସରେ କେବଳ ବସ ନୁହେଁ, ସ୍ଥାନୀୟ ଅଞ୍ଚଳର କିଛି ଦୋକାନ ମଧ୍ୟ ନିଆଁ ଆୟତ୍ତରେ ଆସିଥିଲା । ତେବେ ଏହାର ଉଭୟ ପାଶ୍ୱର୍ରୁ ରାସ୍ତା ବନ୍ଦ କରିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ଦମକଳ ବାହିନୀ ।

ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ସେପଟେ ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଦୁର୍ଘଟଣା ପରେ ମଧ୍ୟ ଠୋରେ କୌଣସି ମୃତାହତ ହୋଇତିବା ନେଇ ସୂଚନା ମିଳି ନାହିଁ । ତେବେ ଦମକଳ ବାହିନୀ ଅଗ୍ନିକାଣ୍ଡର କାରଣ ଖୋଜିବାରେ ଲାଗିଛନ୍ତି ।

Get real time updates directly on you device, subscribe now.