fbpx

ଲଜ୍ଜାଜନକ ଘଟଣା! ଦିଲ୍ଲୀର କନ୍ନଟ ପ୍ଲେସରେ ଥିବା ଏଲଇଡି ସ୍କ୍ରିନରେ ଅଚାନକ ଚାଲିଲା ଅଶ୍ଲୀଳ ଫିଲ୍ମ, ସମସ୍ତେ ଚକିତ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖିରେ କିଛି ଲଜ୍ଜାଜନକ ଘଟିଥାଏ, ଯାହାର ପ୍ରଭାବ ଆମର ସମାଜ ଉପରେ ପଡ଼ିଥାଏ । ତେବେ ଏହା ମଧ୍ୟରେ ଅନୁରୂପ ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । କନ୍ନଟ ପ୍ଲେସରେ ବିଜ୍ଞାପନ ପାଇଁ ଲାଗିଥିବା ଏକ ଏଲଇଡି ସ୍କ୍ରିନରେ ଅଚାନକ ଅଶ୍ଲୀଳ ଫିଲ୍ମ ଚାଲିବାକୁ ଲାଗିଥିଲା । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଚକିତ ହୋଇଯାଇଥିଲେ । କିଛି ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ ଓ ପରେ ପୋଲିସରେ ଅଭିଯୋଗ ହୋଇଥିଲା । ପୋଲିସ ଆଇଟି ଧାରାରେ ମାମଲା ଦାୟର କରିବା ସହ ଯାଞ୍ଚ ଆରମ୍ଭ କରିଦେଇଛି ।

ପ୍ରକୃତ କଥା ହେଉଛି, କନ୍ନଟ ପ୍ଲେସର ଏଚ ବ୍ଲକରେ ଏକ ଡିଜିଟାଲ ବୋର୍ଡ ଲାଗିଛି । ସେହି ବୋର୍ଡରେ ରାତି ପାଖାପାଖି ୧୦.୩୦ ସମୟରେ ଅଚାନକ ଅଶ୍ଲୀଳ ଫିଲ୍ମ ଚାଲିଥିଲା । ସେହି ସମୟରେ ସେଠାରେ ଥିବା ଜଣେ ଯାତ୍ରୀ ଏହି ଦୃଶ୍ୟକୁ ଦେଖି ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଦେଇଛି । ତେବେ ବିଜ୍ଞାପନ ବୋର୍ଡକୁ କେହି ଜଣେ ହ୍ୟାକ କରିଛି କି କିଛି ଛେଡ଼ଛାଡ଼ କରିଛି ସେନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରୁଛି ।

ସୂଚନାଯୋଗ୍ୟ ଯେ, ଏପରି ଅଘଟଣ ପ୍ରଥମ ଥର ଘଟିନାହିଁ । ଏହା ପୂର୍ବରୁ ଦିଲ୍ଲୀର ରାଜୀବ ଛକ ମେଟ୍ରୋ ଷ୍ଟେସନରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ଷ୍ଟେସନରେ ବିଜ୍ଞାପନ ପାଇଁ ଲାଗିଥିବା ଏକ ସ୍କ୍ରିନରେ ଅଶ୍ଲୀଳ ଫିଲ୍ମ ଚାଲିବାକୁ ଲାଗିଥିଲା । ସେହି ସମୟରେ କିଛି ଲୋକ ଉକ୍ତ ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ । ଉକ୍ତ ମାମଲାର ଯାଞ୍ଚ କରାଯିବା ପରେ ସିସିଟିଭି ଫୁଟେଜରେ ୩ ଯୁବକ ସାମ୍ନାକୁ ଆସିଥିଲେ । ସେହି ଯୁବକମାନେ ୱାଇ-ଫାଇର ଉପଯୋଗ କରି ଏଲଇଡି ସ୍କ୍ରିନକୁ ନିଜ ମୋବାଇଲ ସହ ସଂଯୋଗ କରି ଅଶ୍ଲୀଳ ଫିଲ୍ମ ଚଲାଇଥିବା ଆଶଙ୍କା କରାଯାଇଥିଲା ।

Get real time updates directly on you device, subscribe now.