fbpx
BSKY SKY
BSKY SKY

ଗ୍ୟାସ୍ ହୋଇ ପେଟ ଫୁଲି ଯାଉଛି କି? ଆପଣାନ୍ତୁ ଜୁଆଣିର ଏହି ସହଜ ଉପାୟ ନିଶ୍ଚୟ ଆରାମ ମିଳିବ

BSKY

ନୂଆଦିଲ୍ଲୀ:  ବର୍ଷାଦିନ ଆସିଗଲେ ଗରମରୁ ମୁକ୍ତି ମିଳିଥାଏ ସତ କିନ୍ତୁ ବର୍ଷାଋତୁ ନିଜ ସହ ବହୁ ରୋଗ ସାଥିରେ ଧରି ଆସିଥାଏ । ତେଣୁ ବର୍ଷାଦିନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାକୁ ପଡିଥାଏ । ଏହି ଋତୁରେ ତ୍ୱଚା କିମ୍ବା ଶରୀର ଅନ୍ୟ ଭାଗରେ ଯେତିକି ସମସ୍ୟା ଦେଖିବାକୁ ମିଳିଥାଏ ତାହାଠାରୁ ଅଧିକ ପେଟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଋତୁରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲାଗି ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । ଏହି ସମୟରେ ବହୁ ଲୋକଙ୍କ ଠାରେ ବଦହଜମି ସମସ୍ୟା ଦେଖାଯାଇଥାଏ ଫଳରେ ସେମାନେ ଠିକ୍ ଭାବରେ କିଛି ଖାଦ୍ୟ ଖାଇପାରନ୍ତି ନାହିଁ ।

ବର୍ଷାଦିନେ ଗରମ ଗରମ ପକୁଡି, ବରା ଇତ୍ୟାଦି ଛଣା ଜିନିଷ ଖାଇବାକୁ ସମସ୍ତଙ୍କ ମନ ହୋଇଥାଏ । କିନ୍ତୁ ମନ ହେଲେ କଣ ହେବ ପେଟରେ ଏସବୁ ସହଜରେ ହଜମ ହୋଇ ନ ଥାଏ । ଏହିପରି ତେଲ ଛଣା କିମ୍ବା ମସଲାଦାର ଖାଦ୍ୟ ଖାଇଲେ ପେଟରେ ଗ୍ୟାସ୍ ହେବା ସହିତ ପେଟ ଫୁଲିଲା ଫୁଲିଲା ଓ ଭାରି ରହିଥାଏ । ଯଦି ଆପଣଙ୍କର ଗ୍ୟାଷ୍ଟ୍ରୋଇନଟେଷ୍ଟନାଇଲ୍ ସମସ୍ୟା ରହିଛି ଓ ଭୀଷଣ ଗ୍ୟାସ୍ ଓ ପେଟ ଫୁଲିଯିବା କାରଣୁ ଆପଣ ନିଜ ପସନ୍ଦର ଖାଦ୍ୟ ଖାଇପାରୁ ନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ନିମ୍ନରେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେଉଛୁ ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ ।
ଗ୍ୟାସ୍ ଓ ପେଟଫୁଲା ସମସ୍ୟାକୁ ଦୂର କରିବା ଲାଗି ଆମକୁ ସର୍ବପ୍ରଥମେ ଡାଏଟ୍ ଓ ଖାଦ୍ୟପେୟ ଷ୍ଟାଇଲ୍ ଉପରେ ଧ୍ୟାନ ଦେବାକୁ ହେବ । କିନ୍ତୁ ପେଟ ଫୁଲିବା ଓ ଗ୍ୟାସ୍ ସର୍ବଦା ହଜମ ସମ୍ବନ୍ଧୀୟ ସମସ୍ୟାର ସଂକେତ ଦେଇ ନ ଥାଏ ।
ଖାଦ୍ୟ ଖାଇବା ସମୟରେ ଗପିବା, ଚିନ୍ତାରେ ରହି ଖାଇବା, ଧୂମପାନ କରିବା, ତମାଖୁ ଜାକିବା, ଷ୍ଟ୍ର କିମ୍ବା ସ୍ପୋର୍ଟସ୍ ବଟଲ ବ୍ୟବହାର କରିବା, ପେଟରେ ବହୁତ ଅଧିକ ଭାର ପକାଇବା, ଗଭୀର ଶ୍ୱାସ ନେବା, ବହୁତ ଥଣ୍ଡା କିମ୍ବା ଥଣ୍ଡା ପାନୀୟ ପିଇବା ଆଦି କାରଣରୁ ଗ୍ୟାସ୍ ହୋଇପାରେ । ଏହା ବ୍ୟତିତ କୌଣସି ହାର୍ଡ କ୍ୟାଣ୍ଡି ଖାଇବା, ଟାଇଟ୍ ଡ୍ରେସ୍ ପିନ୍ଧିବା ଯଦ୍ଦ୍ୱାରା ପେଟ ଚାପି ହୋଇ ରହେ, ଦୀର୍ଘ ସମୟ ଧରି ଥଣ୍ଡା ମେଡିସିନ୍ ଖାଇବା , କାର୍ବୋନେଟେଡ୍ ଡ୍ରିଙ୍କସ୍ ପିଇବା, ମସଲାଦାର, ତେଲ ଛଣା ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଗ୍ୟାସ୍ ହୋଇଥାଏ । ଏଥିରୁ ମୁକ୍ତି ଦେବା ଲାଗି ଜୁଆଣୀ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ଚିକିତ୍ସା ବିଜ୍ଞାନ ଅନୁସାରେ ଜୁଆଣୀରେ ଥିବା ଥାଇମୋଲରେ କାର୍ମିନେଟିଭ୍ ଓ ଜୀବାଣୁରୋଧୀ ଗୁଣ ରହିଛି ଯାହା ବଦହଜମି, ପେଟ ଫୁଲିଯିବା, ପତଳା ଝାଡା ହେବା ପରି ବିଭିନ୍ନ ଗ୍ୟାଷ୍ଟ୍ରୋଇନଟେଷ୍ଟନାଇଲ୍ ଜନିତ ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇ ଥାଏ । ଅନ୍ୟପକ୍ଷରେ ଆୟୁର୍ବେଦ ଅନୁସାରେ ଜୁଆଣୀରେ ଭୋକ ବୃଦ୍ଧି କରିବାର ଗୁଣ ରହିଛିଯାହା ହଜମ ପ୍ରକ୍ରିୟା ତ୍ୱରାନ୍ୱିତ କରି ଏହାସହ ଜଡିତ ସମସ୍ୟାକୁ ନିୟନ୍ତ୍ରିତ କରିଥାଏ ।

କିପରି ତିଆରି କରିବେ ଜୁଆଣି ପାଣି:
୧-ଏକ ଗ୍ଲାସ ପାଣି
୨-୨-୩ଟି ବଡ ଜୁଆଣି ପତ୍ର/କିମ୍ବା ଜୁଆଣୀ ମଞ୍ଜି
୩- ଏକ ସସପେନ୍ ରେ ନେଇଥିବା ଗ୍ଲାସ ପାଣିକୁ ଢାଳନ୍ତୁ ।
୪-ପାଣି ଫୁଟାନ୍ତୁ ଓ ଏହା ଫୁଟିବା ପରେ ସେଥିରେ ଜୁଆଣି ପତ୍ର କିମ୍ବା ମଞ୍ଜି ପକାନ୍ତୁ ।
୫-୨/୩ ମିନିଟ୍ ଫୁଟାଇବା ପରେ ମିଶ୍ରଣକୁ ଛାଣି ଦିଅନ୍ତୁ ।
ଏହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା ଗ୍ୟାସ୍ କମିବା ସହ ପେଟ ହାଲକା ହୋଇଯାଏ । ଜୁଆଣି ହଜମ ପ୍ରକ୍ରିୟାକୁ ସୁଧାରି ଦେବା ସହିତ ଏସିଡିଟି କମ୍ କରି ଦେଇଥାଏ । ପେଟ ଫୁଲା ଓ ଯନ୍ତ୍ରଣାରୁ ଆରାମ ମିଳିଥାଏ ।

 

Get real time updates directly on you device, subscribe now.