fbpx

ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ବିଧାନସଭା ସାମ୍ନାରେ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଆଠଗଡର ୩ ଚାଷୀ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । କିରୋସିନି ଢାଳିବା ବେଳେ ସେମାନଙ୍କୁ କାବୁ କରିଥିଲେ ସୁରକ୍ଷା କର୍ମଚାରୀ । ଆଠଗଡ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଚାଷୀମାନେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି ।

ଗତ କିଛିଦିନ ତଳେ ନୟାଗଡ ‘ପରୀ’ ହତ୍ୟା ମାମଲାକୁ ନେଇ ପରୀଙ୍କ ମାତା ପିତା ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.