fbpx

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ

ଖୋର୍ଦ୍ଧା, ୪ ।୧ (ଓଡିଶା ଭାସ୍କର) : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମାହୂତି ଉଦ୍ୟମ କରିଛନ୍ତି । ଆତ୍ମାହୂତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ବୋଲଗଡ ବାଙ୍କୋଇର ବ୍ରଜବନ୍ଧୁ ସାହୁ ହୋଇଥିବା ସୂଚନା ମିଳିଛି । ବ୍ରଜବନ୍ଧୁଙ୍କ ଆତ୍ମାହୂତି ଉଦ୍ୟମ ବେଳେ ତାଙ୍କୁ ପୋଲିସ ଉଠାଇ ନେଇଛି ।

ସୂଚନା ମିଳିଛି ଯେ, ବୋଲଗଡର ବ୍ରଜବନ୍ଧୁ ଏକ ସାଇବର ଠକେଇର ଶିକାର ହୋଇଥିଲେ । ଠକେଇର ଶିକାର ହୋଇଥିବା ବ୍ରଜବନ୍ଧୁ ଏ ନେଇ ଗତ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଦେଶୀ ୱେବସାଇଟରେ ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇ ଗତ ୧୫ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ଟଙ୍କା ଫେରାଇବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ଏପର୍ୟ୍ୟନ୍ତ ସେ ଟଙ୍କା ଫେରି ପାଇ ନାହାନ୍ତି। ତେଣୁ ବାଧ୍ୟ ହୋଇ ବ୍ରଜବନ୍ଧୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।

Get real time updates directly on you device, subscribe now.