fbpx

ଜେଲ୍ ଭିତରୁ ଗାୟକ ମିକା ସିଂଙ୍କୁ ନୋଟିସ୍: ଜ୍ୟାକଲିନଙ୍କ ଫଟୋରେ ଦେଇଥିଲେ ଏମିତି ମନ୍ତବ୍ୟ…

ଓଡ଼ିଶା ଭାସ୍କର: ଜେଲରେ ଦିନ କାଟୁଛନ୍ତି ସୁକେଶ ଚନ୍ଦ୍ରଶେଖର । ତେବେ ସୁକେଶଙ୍କ ବାସ୍ତବତା ଜାଣିବା ପରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କଠାରୁ ନିଜକୁ ଦୂରେଇ ନେଇଥିଲେ, ହେଲେ ସେ ଏପର୍ଯ୍ୟନ୍ତ ମେହବୁବାଙ୍କୁ ଭୁଲିଲ ପାରି ନାହାନ୍ତି । ଅନେକ ଥର ସେ ଜେଲରୁ ଅଭିନେତ୍ରୀଙ୍କୁ ପ୍ରେମପତ୍ର ଲେଖିଛନ୍ତି। ସୁକେଶ ଖୋଲାଖୋଲି ଭାବରେ ନିଜର ପ୍ରେମ କୁ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଯଦି କେହି ମେହବୁବାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇବେ ତେବେ ସେ ଏହାକୁ ବରଦାସ୍ତ କରି ପାରିବେ ନାହିଁ। ସେମିତି କିଛି ଦେଖିବାକୁ ମିଳୁଛି। ଜ୍ୟାକଲିନଙ୍କ ଫଟୋରେ କମେଣ୍ଟ କରି ସୁକେଶ ଚନ୍ଦ୍ରଶେଖର ଏବେ ମିକା ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ ଗାୟକଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି।

ନିକଟରେ ଅଭିନେତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ହଲିଉଡ ଷ୍ଟାର ଜିନ୍ କ୍ଲାଉଡ୍ ଭାନ୍ ଡେମଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ଏହା ସେୟାର କରି ଲେଖିଛନ୍ତି ଯେ ‘ଲେଣ୍ଡେଜ୍ ବୋନ୍ ଡୋମ୍ ଙ୍କ ସହ ସହଯୋଗ ପାଇଁ ଅପେକ୍ଷା କରିପାରିବି ନାହିଁ’। ସେ ଟ୍ୱିଟରରେ ଅଭିନେତ୍ରୀଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ତୁମେ ବହୁତ ସୁନ୍ଦର ଦେଖାଯାଉଛ… ଏହା ସୁକେଶଙ୍କ ଠାରୁ ବହୁତ ଭଲ। ସେପଟେ ବିବାଦ ବଢୁଥିବା ଦେଖି ମିକା ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟୁଇଟକୁ ଡିଲିଟ୍ କରିଦେଇଛନ୍ତି । କିନ୍ତୁ ଏବେ ମୁକେଶ ମିକାଙ୍କୁ ଚେତାବନୀ ଦେଇଛନ୍ତି। ସୁକେଶଙ୍କ ଓକିଲ ଅନନ୍ତ ମଲ୍ଲିକ ଲିଗାଲ ନୋଟିସରେ କହିଛନ୍ତି, ଆପଣଙ୍କ ବୟାନ ଯୋଗୁଁ ଆମ କ୍ଲାଏଣ୍ଟଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠୁଛି। ଆପଣ ତୁରନ୍ତ ଆମ କ୍ଲାଏଣ୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ, କୌଣସି ମିଥ୍ୟା ଏବଂ ଅପମାନଜନକ ବୟାନ ଦେବା ବନ୍ଦ କରନ୍ତୁ ଏବଂ ତାଙ୍କୁ ହଇରାଣ କରନ୍ତୁ ନାହିଁ । ଏଭଳି ଏହି ନୋଟିସରେ ଉଲ୍ଲେଖ କରାଯାଇଛି।

Get real time updates directly on you device, subscribe now.