fbpx
BSKY SKY
BSKY SKY

ବିଶ୍ୱକପର ପ୍ରଥମ ମ୍ୟାଚରୁ ଖେଳାଳି ଆହତ: ୫ ସୁପରଷ୍ଟାର ଖେଳାଳି ଦଳରୁ ବାଦ୍!

BSKY

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ଆଜିଠାରୁ ଆରମ୍ଭ ହୋଇଛି ଦିନିକିଆ ବିଶ୍ୱକପ-୨୦୨୩ । ପୂର୍ବ ସିଜନର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ଚଳିତ ବର୍ଷ ମହାକୁମ୍ଭ ଆରମ୍ଭ ହୋଇଛି । ଚଳିତବର୍ଷର ବିଶ୍ୱକପ ମହାସମର ଆରମ୍ଭ ହୋଇଥିବା ବେଳେ ପ୍ରଥମ ମ୍ୟାଚରେ ହିଁ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ନିୟମିତ ଅଧିନାୟକ କେନ୍ ୱିଲିୟମସନ୍ ମଧ୍ୟ ଦଳରୁ ବାଦ୍ପଡ଼ିଛନ୍ତି । ଅନ୍ୟ ପକ୍ଷରେ ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ସହିତ ମୋଟ୫ ଜଣ ସୁପରଷ୍ଟାର ଆଜିର ମ୍ୟାଚରୁ ବାଦ୍ ପଡ଼ିଛନ୍ତି ।

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ୩ ଜଣ ଖେଳାଳି ଆହତ ସମସ୍ୟା ଯୋଗୁଁ ଦଳରୁ ନିଜ ସ୍ଥାନ ହରାଇଛନ୍ତି । ଏହି ତାଲିକାରେ ବେନ୍ ଷ୍ଟୋକ୍ସ, କେନ୍ ୱିଲିୟମସନ, ଟିମ୍ ସାଉଦୀ ଏବଂ ଲକି ଫର୍ଗସୁନ ଭଳି ଖେଳାଳିଙ୍କ ନାଁ ସାମିଲ ରହିଛି । କ୍ରିକେଟ ବିଶ୍ୱକପର ଓପନିଙ୍ଗ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ତେବେ ଅଧିନାୟକ ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ଜାରି ରଖିଛି । କିନ୍ତୁ ମ୍ୟାଚରୁ ଅନେକ ସୁପରଷ୍ଟାର ଖେଳାଳି ଦଳରୁ ବାଦ୍ ପଡ଼ିଛନ୍ତି । ବିଶେଷ କରି ୨୦୧୯ ବିଶ୍ୱକପର ଚମ୍ପିଆନ୍ ଖେଳାଳି ଆଜିର ମ୍ୟାଚରେ ଅନୁପସ୍ଥିତ ରହିଛନ୍ତି । କେନ୍ ୱିଲିୟମସନଙ୍କ ଅନୁପସ୍ଥିତିରେ ନେତୃତ୍ୱ ଭାର ଗ୍ରହଣ କରିଛନ୍ତି ଟମ୍ ଲାଥମ । ସେପଟେ ଅଧିନାୟକଙ୍କ ବ୍ୟତୀତ ବୋଲର ଟିମ ସାଉଦୀ, ଇସ୍ ସୋଢୀ ଏବଂ ଲକି ଫର୍ଗୁସନ୍ ମଧ୍ୟ ଏହି ମ୍ୟାଚରେ ଉପଲବ୍ଧ ରହିନାହାନ୍ତି ।

ଇଂଲଣ୍ଡ ପକ୍ଷରୁ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି ୨୦୧୯ ବିଶ୍ୱକପ ଫାଇନାଲ ମ୍ୟାଚର ସୁପରଷ୍ଟାର ବେନ୍ ଷ୍ଟୋକ୍ସ । ଦିନିକିଆ ଫର୍ମାଟରୁ ଅବସର ନେବା ପରେ ସେ ପୁଣିଥରେ କେବଳ ବିଶ୍ୱକପ ପାଇଁ ଦଳକୁ କମବ୍ୟାକ କରିଛନ୍ତି । କିନ୍ତୁ ଏହାର ପ୍ରଥମ ମ୍ୟାଚରେ ହିଁ କୌଣସି କାରଣ ପାଇଁ ସେ ଦଳରୁ ବାଦ୍ ପଡ଼ିଛନ୍ତି । ଷ୍ଟୋକ୍ସଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଏକ ବଡ଼ ଝଟକା ଲାଗିଛି ।

ଇଂଲଣ୍ଡ ପ୍ଲେଇଙ୍ଗ-୧୧: ଜୋସ୍ ବଟଲର(ଅଧିନାୟକ), ଜନି ବେୟାରଷ୍ଟୋ, ଡାଭିଡ ମଲାନ୍, ଜୋ ରୁଟ୍, ହ୍ୟାରୀ ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, ସାମ୍ କରନ୍, କ୍ରିସ ୱକ୍ସ, ଆଦିଲ ରାଶିଦ୍, ମାର୍କ ଉଡ

ନ୍ୟୁଜିଲାଣ୍ଡ ପ୍ଲେଇଙ୍ଗ-୧୧: ଟମ ଲାଥମ(ଅଧିନାୟକ), ଡିଭନ୍ କନୱେ, ୱଲ ୟଙ୍ଗ, ରଚନ୍ ରବନ୍ଦ୍ର, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ କ୍ୟାମ୍ପମେନ୍, ଜିମି ନୀଶମ୍, ମିଚେଲ ସାଣ୍ଟନର, ମ୍ୟାଟ ହେନରୀ ଏବଂ ଟ୍ରେଣ୍ଟ ବୋଲ୍ଟ

Get real time updates directly on you device, subscribe now.